27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଆକାଶଛୁଆଁ ଟମାଟୋ ଦର

ଆକାଶଛୁଆଁ ଟମାଟୋ ଦର

ନୂଆଦିଲ୍ଲୀ : ଆକାଶଛୁଆଁ ଟମାଟୋ ଦର । ଅତିରିକ୍ତ ବର୍ଷା କାରଣରୁ ଟମାଟୋ ଚାଷ ନଷ୍ଟ ହୋଇଛି । ଯେଉଁଥିପାଇଁ ଆମଦାନୀ ମଧ୍ୟ ହ୍ରାସ ପାଇଛି । ପ୍ରଭାବରେ ଏବେ ବଜାରରେ ଟମାଟୋ ଦ୍ୱାରା କିଲୋଗ୍ରାମ ପ୍ରତି ୧୦୦ ଟଙ୍କା ଛୁଇଁବା ଆରମ୍ଭ କଲାଣି । ଏହି ପରିସ୍ଥିତିର ଟମାଟୋ ଦର ସହ ମୁକାବିଲା ପାଇଁ ଅଂଟା ଭିଡିଛନ୍ତି ସରକାର । କିଲୋ ପିଛା ୬୫ ଟଙ୍କାରେ ଟମାଟୋ ବିକ୍ରି କରିବେ ସରକାର । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ନ୍ୟାସନାଲ କୋଅପରେଟିଭ କଞ୍ଜ୍ୟୁମର ଫେଡେରେସନ୍ ଅଫ୍ ଇଣ୍ଡିଆ (ଏନସିସିଏଫ୍), ନାଫେଡ୍ ଏବଂ ସଫଲର ଖୁଚୁରା ଆଉଟଲେଟରେ ଟମାଟୋ କୋଳି ପିଛା ୬୫ ଟଙ୍କାରେ ବିକ୍ରି କରାଯିବ । ଏହା ବ୍ୟତୀତ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଟମାଟୋ ମଧ୍ୟ ବିକ୍ରି ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ କହିବାନୁସାରେ, ଅକ୍ଟୋବରରେ ଟମାଟୋ ଦର ୩୯ ପ୍ରତିଶତ ବୃଦ୍ଧି ପାଇଛି । ଗତ ମାସରେ ହାରାହାରି ମୂଲ୍ୟ ୪୪ ଟଙ୍କା କିଲୋଗ୍ରାମ ପିଛା ଥିବା ବେଳେ ଏବେ ଏହା ବଢି ୬୨ ଟଙ୍କା କିଲୋଗ୍ରାମ ପିଛା ଅଛି । ସରକାରୀ ତଥ୍ୟ ଅନୁଯାୟୀ, ହୋଲସେଲ ବଜାରରେ ଟମାଟୋର ମୂଲ୍ୟ କ୍ୱିଣ୍ଟାଲ ପିଛା ୩୫୬୨ ରୁ ୫୦୪୫ ଟଙ୍କାକୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking