27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶଜମ୍ମୁ- କଶ୍ମୀରରେ ବାଜି ମାରିଛନ୍ତି ବିଜେପି ପ୍ରାର୍ଥୀ ଦର୍ଶନ କୁମାର

ଜମ୍ମୁ- କଶ୍ମୀରରେ ବାଜି ମାରିଛନ୍ତି ବିଜେପି ପ୍ରାର୍ଥୀ ଦର୍ଶନ କୁମାର

ଜମ୍ମୁ- କଶ୍ମୀର : ଜମ୍ମୁ- କଶ୍ମୀରରେ ବାଜି ମାରିଛନ୍ତି ବିଜେପି ପ୍ରାର୍ଥୀ ଦର୍ଶନ କୁମାର । ଦର୍ଶନ କୁମାରଙ୍କ ବିଜୟ ସହ ବିଜେପି କେନ୍ଦ୍ର ଶାସିତ ଅଞ୍ଚଳରେ ନିଜ ଖାତା ଖୋଲିଛି। ଦର୍ଶନ କୁମାର ବସୋହଲି ବିଧାନସଭା କ୍ଷେତ୍ରରୁ ବଡ଼ ବିଜୟ ହାସଲ କରିଛନ୍ତି। ସେ ନ୍ୟାସନାଲ କନଫରେନ୍ସ ପ୍ରାର୍ଥୀ ଲାଲ ସିଂହଙ୍କୁ ୩୧,୮୭୪ ଭୋଟରେ ପରାସ୍ତ କରିଛନ୍ତି। ସି ଏଚ ଲାଲ ସିଂହଙ୍କୁ ୧୫, ୮୪୦ ଭୋଟ ମିଳିଛି। ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଏହା ପ୍ରଥମ ବିଧାନସଭା ଫାଇଟ୍। ଜମ୍ମୁ-କଶ୍ମୀରରେ ୯୦ ଆସନରେ ନିର୍ବାଚନ ହୋଇଥିଲା । ପ୍ରାରମ୍ଭିକ ଟ୍ରେଣ୍ଡରେ କେନ୍ଦ୍ର ଶାସିତ ପ୍ରଦେଶରେ ଆଗରେ ରହିଛି ଏନସି ମେଣ୍ଟ। କଂଗ୍ରେସ-ନ୍ୟାସନାଲ ମେଣ୍ଟ ୫୧ ବିଧାନସଭା ଆସନରେ ଆଗରେ ଚାଲୁଛି। ଭାରତୀୟ ଜନତା ପାର୍ଟି ୨୭ଟି ସିଟରେ ଆଗରେ ରହିଥିବା ବେଳେ ପିଡିପି ୨ ଆସନ ଏବଂ ଅନ୍ୟାନ୍ୟ ୮ଟି ସିଟରେ ଆଗରେ ଅଛି। ଅପରାହ୍ଣ ସୁଦ୍ଧା କିଏ ଗଢ଼ିବ ସରକାର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ବୁଥ ବାହୁଡ଼ା ରିପୋର୍ଟରେ ଜମ୍ମୁ-କଶ୍ମୀରରେ ଏନସି ମେଣ୍ଟ ସରକାର ଗଠନ କରିବା ବୋଲି ଆକଳନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking