22.1 C
Bhubaneswar
Saturday, March 21, 2026
Homeଓଡିଶାଦେହରେ ନିଆଁ ଲଗାଇଥିଲେ ; ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଦେହରେ ନିଆଁ ଲଗାଇଥିଲେ ; ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଗଞ୍ଜାମ : ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ । ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକରେ ଅଘଟଣ। ଗତକାଲି କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ଯୁବତୀ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ଗତକାଲି ଯୁବତୀ ଜଣଙ୍କ କୁକୁଡ଼ାଖଣ୍ଡି ବ୍ଲକ୍ ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ଏମକେସିଜିରେ ଭର୍ତ୍ତି କରିଥିଲେ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ଘଟିଛି। ତେବେ ଯୁବତୀ ଜଣଙ୍କ କାହିଁକି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ତାର କାରଣ ଜଣା ପଡ଼ିନାହିଁ। ଘରୋଇ କଳି ପାଇଁ ଯୁବତୀ ଜଣଙ୍କ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ଏହି ମାମଲାରେ ଯୁବତୀଙ୍କ ବାପାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ତେବେ ଏନେଇ ପୁଲିସ କିମ୍ବା ସଂପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking