ଭୁବନେଶ୍ୱର: ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ସାମନାକୁ ଆସିଛି । ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମୋଟ ୬୯୬ଟି କଲରାପତରିଆ ବାଘ ରହିଛି । ଏନଟିସିଏ ରିପୋର୍ଟ ଅନୁସାରେ ୨୦୨୨ରେ ଓଡ଼ିଶାରେ ୫୬୮ଟି କଲରାପତରିଆ ବାଘ ରହିଥିଲା । ୨୦୧୮ରେ କଲରାପତରିଆ ବାଘ ସଂଖ୍ୟା ଥିଲା ୭୬୦ । ତେବେ ଚଳିତ ଥର ବନ ବିଭାଗ ନିଜସ୍ୱ କଲରାପତରିଆ ବାଘ ଗଣନା କରିଛି ।