33.1 C
Bhubaneswar
Tuesday, October 1, 2024
Homeଦେଶ ବିଦେଶକୋଲକାତା ଲଜ୍ୟା : ପୁଣି ଆନ୍ଦୋଳନକୁ ଫେରିଲେ ଡାକ୍ତର

କୋଲକାତା ଲଜ୍ୟା : ପୁଣି ଆନ୍ଦୋଳନକୁ ଫେରିଲେ ଡାକ୍ତର

ନୂଆଦିଲ୍ଲୀ : ପୁଣି ଆନ୍ଦୋଳନକୁ ଫେରିଲେ ଡାକ୍ତର । ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରମାନେ ପୁଣି ଥରେ ଧର୍ମଘଟ କରିଛନ୍ତି। ସୁରକ୍ଷା ସୁନିଶ୍ଚିତ କରିବାକୁ ଡାକ୍ତରମାନେ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି। ସୋମବାର ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଆଠ ଘଣ୍ଟିଆ ବୈଠକ ପରେ ପଶ୍ଚିମବଙ୍ଗ ଜୁନିଅର ଡାକ୍ତର ଫ୍ରଣ୍ଟ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ ସେମାନେ ଆଜି ଅର୍ଥାତ୍‌ ମଙ୍ଗଳବାରଠାରୁ କାର୍ୟ୍ୟ ବନ୍ଦ କରୁଛନ୍ତି। ସେମାନେ କହିଛନ୍ତି ଯେ ଯେପର୍ୟ୍ୟନ୍ତ ରୋଗୀ ସେବାରେ ସୁରକ୍ଷା, ଆମକୁ ସୁରକ୍ଷା ନ ମିଳିଛି ସେ ପର୍ୟ୍ୟନ୍ତ ଆମର ଧର୍ମଘଟ ଜାରି ରହିବ । ଏହାର ଅନ୍ୟ କୌଣସି ବିକଳ୍ପ ନାହିଁ। ଡାକ୍ତରମାନେ ପୁଣି ଥରେ ସେମାନଙ୍କ ପ୍ରେସ ବିବୃତ୍ତିରେ ଦାବି କରିଛନ୍ତି। ଏଥର ଡାକ୍ତରମାନେ ୧୦ଟି ଦାବି ଉଲ୍ଲେଖ କରିଛନ୍ତି। ୪୫ଦିନ ପ୍ରଦର୍ଶନ କରିବା ପରେସେପ୍ଟମ୍ବର ୨୧ରେ ଓହରିଲେ ଡାକ୍ତର । ତେବେ ପୁଣି ୯ଦିନ ପରେ ଆନ୍ଦୋଳନକୁ ଫେରିଛନ୍ତି । ଏଥିସହ ବୁଧବାର କୋଲକାତାରେ ବଡ ପ୍ରଦର୍ଶନ ଯୋଜନା କରିଛି ଡାକ୍ତର ସଂଘ ।ସେହିପରି ମମତା ସରକାରଙ୍କ ଉପରେ ପ୍ରତିଶୋଧ ପୂରା ନକରିବା ଅଭିଯୋଗ ଆଣିଛନ୍ତି । ଆନ୍ଦୋଳନକୁ ଫେରିଲେ ଡାକ୍ତର ଦାବି ମୁତାବକ ତୁରନ୍ତ ଉତ୍ତର ଦିଆଯାଉ । ପ୍ରଶାସନିକ ଅପାରଗତା ଏବଂ ଦୁର୍ନୀତି ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯାଂଚ କରୁ । ସ୍ବାସ୍ଥ୍ୟ ସଚିବଙ୍କୁ ପଦରୁ ହଟାଯାଉ । ଜୁନିଅର ଡାକ୍ତରଙ୍କ ନିର୍ବାଚିତ ପ୍ରତିନିଧୀତ୍ୱ ସହିତ ଟାସ୍କ ଫୋର୍ସ ଗଠନ । ସମସ୍ତ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ କରାଯିବା ଉଚିତ । ସିସିଟିଭି,ବାଥରୁମର ଆବଶ୍ୟକୀୟ ବ୍ୟବସ୍ଥା ନିଶ୍ଚିତ । ଡାକ୍ତରଖାନାଗୁଡ଼ିକରେ ପୋଲିସ ସୁରକ୍ଷା ବୃଦ୍ଧି । ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ସମସ୍ତ ଖାଲି ପଦ ଭର୍ତ୍ତି । ଯେଉଁମାନେ ଧମକ ଦେଉଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯାଉ । ପ୍ରତ୍ୟେକ ମେଡିକାଲ କଲେଜରେ ଅନୁସନ୍ଧାନ କମିଟି ଗଠନ । ଛାତ୍ର ପରିଷଦ ପାଇଁ ନିର୍ବାଚନ ପ୍ରତ୍ୟେକ ମେଡିକାଲ କଲେଜରେ କରାଯାଉ । ସମସ୍ତ କଲେଜ ଆରଡିଏକୁ ସ୍ୱୀକୃତି ଦିଆଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking