21.1 C
Bhubaneswar
Saturday, February 14, 2026
Homeଓଡିଶାଜଳିଗଲା ୨ ବାଇକ୍‌ : ଚାଳକ ଜୀବନ୍ତ ଦଗ୍ଧ

ଜଳିଗଲା ୨ ବାଇକ୍‌ : ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଡପାନି ରାସ୍ତାରେ  ବାଇକ୍‌ ଓ ବାଇକ୍‌ ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ପରେ  ଦୁଇ ବାଇକ୍‌ ବିଚ୍‌ ରାସ୍ତାରେ ହୁତୁହୁତ ହୋଇ ଜଳିଲା। ଏହି ଅଘଟଣରେ ଜଣେ ବାଇକ୍‌ ଚାଳକ ଜୀଅନ୍ତା ଜଳି ଯାଇଥିବା ବେଳେ ଦୁଇ ଜଣ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି।  ଆଜି ସକାଳେ ଗୋଟିଏ ବାଇକ୍‌ରେ ଝାଡ଼ଖଣ୍ଡର ଅଶୋକ ଅଗ୍ରୱାଲ ରାଏବୋଗା ପଟୁ ବୀରମିତ୍ରପୁର ଆଡକୁ ଆସୁଥିଲେ। ଅନ୍ୟ ବାଇକ୍‌ରେ ଦୁଇ ଜଣ ବୀରମିତ୍ରପୁର ପଟୁ ରାଏବୋଗା ଅଭିମୁଖେ ଯାଉଥିଲେ।
ଉଭୟ ଗାଡ଼ି ଦ୍ରୁତ ଗତିରେ ଥିବା ବେଳେ କୁଡପାନି ରାସ୍ତାରେ ପରସ୍ପର ସହ ଜୋରରେ ପିଟି ହୋଇଥିଲେ।  ଏହାପରେ ହଠାତ୍‌ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଫଳରେ ସେମାନେ ନିଆଁ କବଳରେ ପଡ଼ି ଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking