33.1 C
Bhubaneswar
Monday, September 30, 2024
Homeଓଡିଶାବିଜେଡି କଳି : ୪ ନେତାଙ୍କୁ ନୋଟିସ୍

ବିଜେଡି କଳି : ୪ ନେତାଙ୍କୁ ନୋଟିସ୍

ଭୁବନେଶ୍ୱର : ନିର୍ବାଚନ ପରେ ଏବେ ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି ।  ବିଶେଷ କରି ଭୁବନେଶ୍ୱରରେ ବିଜେଡି କଳି ଉଗ୍ର ରୂପ ନେଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ ୪ ଜଣ  ବିଜେଡି ନେତାଙ୍କୁ ସୋ-କୋଜ ନୋଟିସ ଦେଇଛନ୍ତି । ସେମାନେ ହେଲେ ଅମରେଶ ଜେନା,  ବିରଞ୍ଚି ମହାସୂପକାର, ବିବେକ ସ୍ୱାଇଁ ଓ ରାଜେଶ ପାତ୍ର । ଏାମନେ ବିଶୃଙ୍ଖଳିତ କାର୍ଯ୍ୟରେ ଲିପ୍ତ ଥିବା ସଭାପତିଙ୍କ ନଜରକୁ ଆସିଛି । କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆନଯିବ ସେନେଇ ୧୫ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସ ଜାରି କରାଯାଇଛି ।

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଭୁବନେଶ୍ୱର ବିଜେଡିର ଅନ୍ତର୍ଦ୍ୱନ୍ଦ । ଦଳର ଅନ୍ତଃ ବିଦ୍ରୋହ ଏତେ ତୀବ୍ର ହେଲଣି ଯେ, ବିଜେଡିର ଦଳୀୟ କନ୍ଦଳ ହାଟରେ ପଡ଼ି ବାଟରେ ଗଡିଲାଣି । ଏହାକୁ ନେଇ ଭୁବନେଶ୍ୱର ବିଜେଡି ଏବେ ଦୁଇ ଫଳ । ଗତ କିଛିଦିନ ତଳେ ଶଙ୍ଖ ଭବନରେ ହୋଇଥିବା କନ୍ଦଳର ଛାପ ଏବେ ବିଏମ୍‌ସିର ମାସିକିଆ ବୈଠକରେ ଦେଖିବାକୁ ମିଳିଥିଲା । ବୈଠକକୁ ଆସିନଥିଲେ ଅଧିକାଂଶ ବିଜେଡି କର୍ପୋରେଟର । ଦଳର ଦୁଇଜଣ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହସୁପକାରଙ୍କ ବିରୋଧରେ ଏବେ ଅନ୍ୟ ବିଜେଡି କର୍ପୋରେଟରମାନେ ମେଳି ବାନ୍ଧିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking