25.1 C
Bhubaneswar
Saturday, February 14, 2026
Homeଓଡିଶାଆସୁଛି ଆଉ ଏକ ବଡ଼ ଲଘୁଚାପ

ଆସୁଛି ଆଉ ଏକ ବଡ଼ ଲଘୁଚାପ

ଭୁବନେଶ୍ୱର : ଅକ୍ଟୋବର ୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ ୨୭ ସେପ୍ଟେମ୍ବରରୁ ୧୦ ଅକ୍ଟୋବର ପର୍ୟ୍ୟନ୍ତ ରାଜ୍ୟର ପାଣିପାଗକୁ ନେଇ କରାଯାଇଥିବା ବିସ୍ତାରିତ ପରିସର ଆକଳନରେ ଏହି କଥା କୁହାଯାଇଛି। ପାଣିପାଗ ବିଭାଗର ଏହି ଆକଳନ ଅନୁଯାୟୀ, ପ୍ରଥମ ସପ୍ତାହରେ ଅର୍ଥାତ୍ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୩ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ସପ୍ତାହରେ ରାଜ୍ୟରେ ମୋଟାମୋଟି ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଅକ୍ଟୋବର ୪ରୁ ଅକ୍ଟୋବର ୧୦ ତାରିଖ ପର୍ୟ୍ୟନ୍ତ ଅର୍ଥାତ୍ ଦ୍ୱିତୀୟ ସପ୍ତାହରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ହୋଇପାରେ। ଅକ୍ଟୋବର ୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।ଏହି ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ନେଇ ପାଣିପାଗ ବିଭାଗ ପକ୍ଷରୁ ଆଉ କିଛି ଅଧିକ ସୂଚନା ଦିଆଯାଇନାହିଁ। ତେବେ ସେହି ସମୟରେ ଦୁର୍ଗାପୂଜା ପଡୁଥିବାରୁ ପାର୍ବଣକୁ ବର୍ଷା ଫିକା କରିପାରେ ବୋଲି କୁହାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking