27.1 C
Bhubaneswar
Friday, September 27, 2024
Homeଦେଶ ବିଦେଶବିଦ୍ୟାଳୟ ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣ, ୧୧ ମୃତ

ବିଦ୍ୟାଳୟ ଉପରେ ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣ, ୧୧ ମୃତ

ନୂଆଦିଲ୍ଲୀ: ଗାଜାର ଉତ୍ତରାଞ୍ଚଳରେ ପୁଣି ଥରେ ଇସ୍ରାଏଲ ସେନା ଏକ ବଡ ଆକ୍ରମଣ କରିଛି । ଏଥର ଇସ୍ରାଏଲ ଉତ୍ତର ଗାଜାର ଏକ ବିଦ୍ୟାଳୟ ଉପରେ କ୍ଷେପଣାସ୍ତ୍ର ମାଡ କରିଛି । ଏହି ଆକ୍ରମଣରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି । ଏହି ଆକ୍ରମଣରେ ଆହତଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି । ଉତ୍ତର ଗାଜାରେ ଅବସ୍ଥିତ ଏହି ବିଦ୍ୟାଳୟରେ ହଜାର ହଜାର ବିସ୍ଥାପିତ ପାଲେଷ୍ଟାଇନୀୟ ମାନେ ଆଶ୍ରୟ ନେଇଛନ୍ତି। ଏହାକୁ ନେଇ ଇସ୍ରାଏଲ ସୈନ୍ୟବାହିନୀ କହିଛି ଯେ, ସେଠାରେ ଉପସ୍ଥିତ ହାମାସ ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ପାଇଁ ଏହି ଶରଣାର୍ଥୀ ଶିବିର ଉପରେ ସେମାନେ ଆକ୍ରମଣ କରିଥିଲେ । ସେ କହିଛନ୍ତି ଯେ ଆତଙ୍କବାଦୀ ମାନେ ଇସ୍ରାଏଲ ସୈନିକଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ।

ଇସ୍ରାଏଲ ସେନା ବାରମ୍ବାର ବିଦ୍ୟାଳୟ ଉପରେ ଆକ୍ରମଣ କରି ଦାବି କରିଛି ଯେ, ଆମ ଉପରେ ଆକ୍ରମଣ ଯୋଜନା କରିବା ପାଇଁ ହମାସ୍ ଯୋଦ୍ଧା ମାନେ ବିଦ୍ୟାଳୟ ଗୁଡ଼ିକୁ “କମାଣ୍ଡ୍ ସେଣ୍ଟର”ଭାବରେ ବ୍ୟବହାର କରୁଛନ୍ତି। ଏହି ସମୟରେ ମିଳିତ ଜାତିସଂଘ ରିପୋର୍ଟ କରିଛି ଯେ ଇସ୍ରାଏଲର ଆକ୍ରମଣରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲର ବୋମା ବିସ୍ଫୋରଣ ଏବଂ ଆକ୍ରମଣ କାରଣରୁ ହଜାର ହଜାର ପାଲେଷ୍ଟାଇନ ବାସୀ ଘର ଛାଡି ସ୍କୁଲରେ ରହୁଛନ୍ତି । ପ୍ରାୟ ଏକ ବର୍ଷ ଧରି ଚାଲିଆସୁଥିବା ଯୁଦ୍ଧରେ ଗାଜାର ୨୪ ଲକ୍ଷ ଲୋକରୁ ୧୯ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ନୂତନ ଆକଳନ ଅନୁଯାୟୀ ବର୍ତ୍ତମାନସୁଦ୍ଧା ଗାଜା ଉପରେ ଇସ୍ରାଏଲ୍ ଆକ୍ରମଣରେ ୪୧୫୦୦ରୁ ଅଧିକ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୯୬ ହଜାରରରୁ ଅଧିକ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking