28.1 C
Bhubaneswar
Friday, September 27, 2024
Homeଦେଶ ବିଦେଶପୁଣି ଅଡୁଆରେ ବିଗବସ୍ ଓଟିଟି-୨ ଓ୍ବିନର ଏଲଭିସ ଯାଦବ

ପୁଣି ଅଡୁଆରେ ବିଗବସ୍ ଓଟିଟି-୨ ଓ୍ବିନର ଏଲଭିସ ଯାଦବ

ନୂଆଦିଲ୍ଲୀ: ପୁଣି ଅଡୁଆରେ ୟୁଟ୍ୟୁବର ତଥା ବିଗବସ୍ ଓଟିଟି-୨ ଓ୍ବିନର ଏଲଭିସ ଯାଦବ । ନୋଏଡା କୋବ୍ରା ମାମଲାରେ ଅଭିଯୁକ୍ତ ୟୁ-ଟ୍ୟୁବର ଏଲଭିଶ୍ ଯାଦବ ଓ ପଞ୍ଜାବୀ ଗାୟକ ରାହୁଲ ଯାଦବ ଫାଜିଲପୁରିଆଙ୍କ ପ୍ରାୟ ୫୫ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଏଥିରେ ଫାଜିଲପୁରିଆଙ୍କ ବିଜନୌର ଜିଲାରେ ଥିବା ୩ ଏକର ଚାଷ ଜମି ସାମିଲ ଯାହାକୁ ୫୦ ଲକ୍ଷ ଟଙ୍କାରେ କିଣାଯାଇଥିଲା । ଏହା ବ୍ୟତୀତ ଉଭୟଙ୍କ ବ୍ୟାଙ୍କ ଖାତାରେ ଜମା ପ୍ରାୟ ୩ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ଇଡି । ଇଡିର ଯାଞ୍ଚ ପରେ ଜଣାପଡିଛି କି ଫାଜିଲପୁରିଆଙ୍କ ଗୀତ ’୩୨ ବୋର’ରେ ୟୁଟ୍ୟୁବରୁ ହୋଇଥିବା ୫୨ ଲକ୍ଷ ଟଙ୍କାର ଆୟର ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ସମ୍ପତ୍ତି ଜବତ ହୋଇଛି । ଏହା ବ୍ୟତୀତ ଗୀତ ସୁଟିଂ କରିଥିବା ଚଣ୍ଡୀଗଡର ସ୍କାଇ ଡିଜିଟାଲ କମ୍ପାନୀର ବ୍ୟାଙ୍କ ଖାତାରେ ଜମା ପ୍ରାୟ ୨ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି । କହିରଖୁଛୁ ଇଡି ଗତ କିଛି ଦିନ ହେବ ଏଲଭିଶି ଯାଦବ ଓ ଫାଜିଲପୁରିଆଙ୍କୁ ରାଜଧାନୀ ସ୍ଥିତ ନିଜ କାର୍ଯ୍ୟାଳୟକୁ ଡାକି ପଚରାଉଚରା କରୁଥିଲା । ଇଡି ଉଭୟଙ୍କ ଅଧିକ ସମ୍ପତ୍ତିର ଖୋଳତାଡ କରୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking