25.9 C
Bhubaneswar
Tuesday, April 7, 2026
Homeଓଡିଶାଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଗଞ୍ଜାମ : ଛାତ୍ରୀଙ୍କ ଝୁଲନ୍ତା ମୃଦ୍ଧ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଖଡ଼ାସିଙ୍ଗ ସ୍ଥିତ ରୋଲାଣ୍ଡ ଫାର୍ମାସୀ କଲେଜ୍ ହଷ୍ଟେଲରେ ଏପରି ଘଟଣା ଦେଖିବାକୁ ମିଳିଛି। ମୃତା ଛାତ୍ରୀଜଣକ ହେଲେ ପୁରୀ କୃଷ୍ଣ ପ୍ରସାଦ ଅଞ୍ଚଳର ଋତୁପୂର୍ଣ୍ଣା ଦାଶ(୧୯)। ସେ ରୋଲାଣ୍ଡ ଫାର୍ମାସୀ କଲେଜରେ ଡି ଫାର୍ମାର ଦ୍ଵିତୀୟ ବର୍ଷ ଛାତ୍ରୀ ଥିଲେ। ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ଗତକାଲି ବିଳମ୍ବିତ ରାତିରେ ହଷ୍ଟେଲ ୱାର୍ଡେନ ପରିବାର ଲୋକଙ୍କୁ ଫୋନ୍‌ କରି ଝିଅ ଅସୁସ୍ଥ ଥିବା କହିଥିଲେ। ପରିବାର ଲୋକେ ସକାଳେ ହଷ୍ଟେଲରେ ପହଞ୍ଚି ଝିଅର ଝୁଲନ୍ତା ମୃତଦେହ ଦେଖିଥିଲେ। ତେବେ ଝିଅର ମୃତ୍ୟୁ କିପରି ହେଲା, ଏହା ଆତ୍ମହତ୍ୟା ନା ହତ୍ୟା କିଛି ଜାଣି ନ ଥିବା ପରିବାର ଲୋକେ କହିଛନ୍ତି। ତେବେ ପୁଲିସ୍‌ ଘଟଣାର ଯାଞ୍ଚ କରି ଅଭିଯୁକ୍ତଙ୍କୁ ଖୋଜି ବାହାର କରିବାକୁ ସେମାନେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking