21.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶମୁମ୍ବାଇରେ ପ୍ରବଳ ବର୍ଷା ; ସ୍କୁଲ ଛୁଟି

ମୁମ୍ବାଇରେ ପ୍ରବଳ ବର୍ଷା ; ସ୍କୁଲ ଛୁଟି

ମୁମ୍ବାଇ : ଗତ ତିନି ଦିନ ହେବ ଲାଗି ରହିଛି ବର୍ଷା। ଯାହାଫଳରେ ବର୍ଷାରେ ବେହାଲ ମୁମ୍ବାଇ, ଚାରିଆଡେ ଖାଲି ପାଣି ଆଉ ପାଣି । କିଛି କିଛି ସ୍ଥାନରେ ଜଳବନ୍ଦୀ ସ୍ଥିତ ସୃଷ୍ଟି ହୋଇଛି। ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେପଟେ ମୁକୁଳା ଡ୍ରେନ୍‌ରେ ବୁଡି ଯାଇ ଜଣଙ୍କ ମୃତ୍ୟୁ ହୋଇଛି। ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଛି। ଲୋକଲା ଟ୍ରେନ୍‌ର ଗତି ଉପରେ ବର୍ଷା ବ୍ରେକ୍‌ ଲଗାଇ ଦେଇଛି। ସେହିପରି ୧୪ରୁ ଅଧିକ ବିମାନ ଉଡାଣକୁ ଡାଇଭର୍ଟ କରାଯାଇଛି। ୧୦୦ ମିମିରୁ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି। ସେପଟେ ପ୍ରବଳ ବର୍ଷା ଯୋଗୁ ମୁମ୍ୱ୍ରା ବାଇପାସ୍‌ ରୋଡ୍‌ରେ ଭୂସ୍ଖଳନ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଛି। ପ୍ରଶାସନ ପକ୍ଷରୁ ରାସ୍ତାରୁ ମାଟି ଅତଡା ହଟାଇବା କାମ ଜାରି ରହିଛି। ନେହୁର ନଗର ଭଳି କିଛି କିଛି ସ୍ଥାନରେ ଲୋକଙ୍କ ଘରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି। ଭୀଷଣ ବର୍ଷା ନେଇ ମୁମ୍ବାଇ, ଥାଣେ, କୋଙ୍କଣ ଏବଂ ନାଶିକକୁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି। ତେଣୁ ସ୍ଥିତି ଆଗକୁ ଆହୁରି ବିଗିଡିବା ନେଇ ଆଶଙ୍କା କରାଯାଉଛି। ଅନ୍ୟପଟେ ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଶିକ୍ଷା ମନ୍ତ୍ରୀ ଛୁଟି ଘୋଷଣା କରିଛନ୍ତି। ବିଏମସି ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମସି ଅଧୀନରେ ଥିବା ସମସ୍ତ ସ୍କୁଲ ଏବଂ କଲେଜ ଗୁରୁବାର ଦିନ ବନ୍ଦ ରହିବ। ସେହିପରି ମୁମ୍ବାଇ ପୁଲିସ ମାୟାନଗରୀ ବାସିନ୍ଦାଙ୍କୁ କେବଳ ଆବଶ୍ୟକ ସମୟରେ ଘରୁ ବାହାରକୁ ଯିବାକୁ ଅନୁରୋଧ କରିଛି। କୌଣସି ଜରୁରୀକାଳୀନ ପରିସ୍ଥିତିରେ ୧୦୦ ଡାଏଲ୍ କରନ୍ତୁ ପୁଲିସ ନିଜ ଟ୍ୱିଟ୍‌ କରି ଜଣାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking