24.1 C
Bhubaneswar
Monday, April 6, 2026
Homeଓଡିଶାଦୁର୍ଗନ୍ଧରେ ଫାଟିପଡୁଛି କ୍ୟାପିଟାଲ୍ ହସ୍ପିଟାଲ

ଦୁର୍ଗନ୍ଧରେ ଫାଟିପଡୁଛି କ୍ୟାପିଟାଲ୍ ହସ୍ପିଟାଲ

ଭୁବନେଶ୍ୱର : ରାଜ୍ୟର ଦ୍ୱିତୀୟ ରେଫର୍ଡ ହସ୍ପିଟାଲ ଭାବେ ଜଣାଶୁଣା ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ପରିସର ଦୁର୍ଗନ୍ଧରେ ଫାଟିପଡୁଛି । ହସ୍ପିଟାଲର ସବୁ ଆଡେ କୁଢ କୁଢ ଅଳିଆ ଆବର୍ଜନା । ହସ୍ପିଟାଲର ସଫେଇ କର୍ମଚାରୀଙ୍କ ଧାରଣା ପାଇଁ ପରିସର ସଫାହୋଇପାରୁ ନାହିଁ । ଅଳିଆ ଆବର୍ଜନାର ହସ୍ପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଅବସ୍ଥା ବେହାଲ । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ତିନି ଦିନ ହେବ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ତୃତୀୟ ଦିନରେ ସଫେଇ କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି। କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ। ଫଳରେ ହସ୍ପିଟାଲରେ ସଫେଇ କାମ ଠପ୍ ହୋଇଯାଇଛି। ଅଳିଆ ଆବର୍ଜନା ପଡ଼ି ରହିବା ଯୋଗୁ ଦୁର୍ଗନ୍ଧ ହେଉଛି। ଆବର୍ଜନା ଉପରେ ସମସ୍ତେ ଚାଲୁଛନ୍ତି। ରୋଗୀଙ୍କ ସମ୍ପର୍କୀୟ ଅସ୍ୱାସ୍ଥ୍ୟକର ପରିବେଶରେ ଉଠାବସା କରିବା ସହ ସେଇଠି ଖାଦ୍ୟ ବି ଖାଉଛନ୍ତି। ପୂଜା ବୋନସ୍ ସହ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ଆନ୍ଦୋଳନରେ ବସିଛନ୍ତି ହସ୍ପିଟାଲ ସଫେଇ କର୍ମଚାରୀ। ଦାବି ପୂରଣ ନହେବା ଯାଏ ଆନ୍ଦୋଳନରୁ ଉଠବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଜଣେ ଆନ୍ଦୋଳନକାରୀ କହିଛନ୍ତି, ଅଳିଆ ଆବର୍ଜନା ସଫା କରାଯାଉନଥିବାରୁ ଅଳିଆ ଗଦା ହୋଇଗଲାଣି। ଆମକୁ ଏହିସବୁ ଦେଖି ଭଲ ଲାଗୁ ନାହିଁ। ଆଜିକୁ ୩ ଦିନ ହେବ ଆମେ ଆନ୍ଦୋଳନରେ ବସିଛୁ, ହେଲେ ସରକାର ଆମ ଦାବି ଶୁଣୁ ନାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking