25.1 C
Bhubaneswar
Sunday, April 5, 2026
Homeଓଡିଶାଓଡିଶା ଛାଡିବନି ଜେଏସଡବ୍ଲ୍ୟୁ

ଓଡିଶା ଛାଡିବନି ଜେଏସଡବ୍ଲ୍ୟୁ

ଭୁବନେଶ୍ବର : ଓଡିଶା ଛାଡିବନି ଜେଏସଡବ୍ଲ୍ୟୁ। ଇଭି ପ୍ରକଳ୍ପରୁ ଓହରିବନି। ପ୍ରକଳ୍ପରେ ୪୦ ହଜାର କୋଟି ଟଙ୍କା ବିନିଯୋଗ କରିବ କମ୍ପାନୀ। ଓଡିଶାରେ ତିଆରି ହେବ ଇଭି ଗାଡି। ଏ ନେଇ ଜେଏସଡବ୍ଲ୍ୟୁ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଓଡ଼ିଶାରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ମହାରାଷ୍ଟ୍ରକୁ ଚାଲିଯିବା ନେଇ ହୋଇଥିବା ଚର୍ଚ୍ଚାକୁ କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଓଡିଶାରେ ୪୦ ହଜାର କୋଟି ଟଙ୍କାର ଇଭି ପ୍ରକଳ୍ପ ଲାଗି ପୂର୍ବ ସରକାର ସମୟରେ ଗତ ଫେବୃଆରୀରେ ଜେଏସଡବ୍ଲ୍ୟୁ ସହ ଚୁକ୍ତି ହୋଇଥିଲା । କଟକ ନରାଜ଼ ପାଖରେ ୧୧ ଶହ ଏକର ଜାଗାରେ ହେବାକୁ ଥିବା ଏହି ପ୍ରୋଜେକ୍ଟ ପାଇଁ ଚୁକ୍ତି ହୋଇଥିଲା। କମ୍ପାନୀର ଚୁକ୍ତି ଅନୁସାରେ, ଜେଏସଡବ୍ଲ୍ୟୁ କଟକ ନରାଜ ଠାରେ ୨୫ ହଜାର କୋଟି ବିନିମୟରେ ଇଲେକ୍ଟ୍ରିକ ଯାନ ଓ ଏହାର ବ୍ୟାଟେରୀ ତିଆରି ପାଇଁ ପ୍ଲାଣ୍ଟ ବସାଇବାକୁ ଯୋଜନା କରିଥିଲା। ସେହିପରି ପାରାଦ୍ୱୀପରେ କମ୍ପାନୀ ୧୫ ହଜାର କୋଟି ଖର୍ଚ୍ଚରେ ଲିଥିୟମ ରିଫାଇନାରୀ ପ୍ଲାଣ୍ଟ ସହ ଇଲେକ୍ଟ୍ରିକ ପାୱାର ଷ୍ଟ୍ରେନ୍ ସମେତ ଅନ୍ୟାନ୍ୟ ଉପକରଣ ତିଆରି କରିବାକୁ ଯୋଜନା କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking