19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶସାପ କାମୁଡ଼ିଲାରେ ଜୀବନ ଚଳିଯିବାରୁ, ରାଗିଯାଇ ସାପକୁ ଜୁଇ ସହ ଜାଳିଲେ

ସାପ କାମୁଡ଼ିଲାରେ ଜୀବନ ଚଳିଯିବାରୁ, ରାଗିଯାଇ ସାପକୁ ଜୁଇ ସହ ଜାଳିଲେ

ଛତିଶଗଡ଼ : ଛତିଶଗଡ଼ର କୋରବା ଜିଲ୍ଲାରେ ଘଟିଛି ଅଘଟଣ। ବିଷାକ୍ତ ସାପ କାମୁଡ଼ାରେ ଜଣେ ୨୨ ବର୍ଷୀୟ ଯୁବକଙ୍କର ଜିଅନ ଚାଲିଯାଇଛି । ଫଳରେ ଲୋକମାନେ ରାଗିଯାଇ ସାପକୁ ଯୁବକଙ୍କ ଜୁଇ ସହ ଜଳାଇ ଦେଇଛନ୍ତି । ତେବେ ଗାଁ ଲୋକଙ୍କ ଅନୁଯାୟୀ କାଳେ ବିଷାକ୍ତ ସାପ ଆଉ କାହାକୁ କାମୁଡ଼ି ଜୀବନ ନେଇଯିବ, ସେହି ଭୟରେ ସେମାନେ ସାପଟିକୁ ପୋଡ଼ି ମାରି ଦେଇଛନ୍ତି। ସୂଚନା ଅନୁଯାୟୀ, ଏକ ବିରାଟ କାୟ ସାପ ଶନିବାର ରାତିରେ ବୈଗମାର ଗାଁର ୨୨ ବର୍ଷୀୟ ଦିଗେଶ୍ୱର ରାଥିୟାଙ୍କୁ କାମୁଡ଼ି ଦେଇଥିଲା। ଦିଗେଶ୍ୱର ତାଙ୍କ ରୁମରେ ଶୋଇବା ପାଇଁ ବେଡ ବିଛାଉଥିବା ବେଳେ ଏପରି ଘଟଣା ଘଟିଥିଲା। ତୁରନ୍ତ ପରିବାର ଲୋକ ତାଙ୍କୁ କୋରବା ସ୍ଥିତ ସରକାରୀ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହର ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତର କରାଯାଇଥିଲା। ଏସବୁ ଭିତରେ ଗାଁ ଲୋକ ମିଳିତ ଭାବେ ଦିଗେଶ୍ୱରଙ୍କୁ କାମୁଡ଼ି ଥିବା ସାପକୁ ଧରିବାକୁ ସକ୍ଷମ ହୋଇଥିଲେ। ତା’କୁ ଗୋଟିଏ ବାସ୍କେଟ ଭିତରେ ରଖିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେମାନେ ସାପଟିକୁ ଦୌଡ଼ିରେ ବାନ୍ଧି ବାଡ଼ି ଦ୍ୱାରା ଟାଙ୍ଗି ଦେଇଥିଲେ। ଅପରାହ୍ନରେ ଯେତେବେଳେ ଦିଗେଶ୍ୱରଙ୍କ ଜୁଇ ଜଳିଥିଲା, ସେମାନେ ସେଥିରେ ସାପଟିକୁ ଜୀବନ୍ତ ଜାଳିଥିଲେ। ଘଟଣା ସମ୍ପର୍କରେ କୋରବାର ସବ ଡିଭିଜନାଲ ଅଫିସର ଆଶିଷ ଖେଲୱାର କହିଛନ୍ତି, ସାପାକୁ ମାରିବା ଘଟଣାରେ ଗାଁ ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ। କାରଣ ସେମାନେ ଆତ୍ମରକ୍ଷା ପାଇଁ ଏମିତି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking