31.1 C
Bhubaneswar
Monday, September 23, 2024
Homeଓଡିଶାହାଇକୋର୍ଟ : ଗଣମାଧ୍ୟମରେ ପ୍ରକାଶ ହେବନି ମେଜର ଓ ତାଙ୍କ ବାନ୍ଧବୀଙ୍କ ନାମ

ହାଇକୋର୍ଟ : ଗଣମାଧ୍ୟମରେ ପ୍ରକାଶ ହେବନି ମେଜର ଓ ତାଙ୍କ ବାନ୍ଧବୀଙ୍କ ନାମ

ଭୁବନେଶ୍ୱର : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଏକ ବଡ଼ ଅପଡେଟ ସାମନାକୁ ଆସିଛି । ତାହା ହେଲା ଗଣମାଧ୍ୟମରେ ସମ୍ପୃକ୍ତ ମେଜର ଓ ତାଙ୍କ ବାନ୍ଧବୀଙ୍କ ନାମକୁ ପ୍ରକାଶ କରାଯାଇପାରିବ ନାହିଁ । ବୈଦୁ୍ୟତିକ, ଛାପା ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ନକରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଭରତପୁର ଘଟଣାକୁ ନେଇ ହାଇକୋର୍ଟରେ ଆଗତ ଏକ ଜନସ୍ୱର୍ଥ ମାମଲାର ବିଚାର କରି ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି । ଏଥିସହ ରାଜ୍ୟରେ ଥିବା ସମସ୍ତ ଥାନାର ସିସିଟିଭି ସ୍ଥିତି ସମ୍ପର୍କରେ ଜଣାଇବାକୁ ମଧ୍ୟ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ସିସିଟିଭି ଅଛି କି ନାହିଁ ତାହା ଜଣାଇବାକୁ ଏଡିଜି ଆଧୁନିକୀକରଣଙ୍କୁ ନିର୍ଦେଶ ଦେଇଛନ୍ତି । ଯଦି ସିସିଟିଭି ନାହିଁ ତେବେ କେବେ ସୁଦ୍ଧା ସମସ୍ତ ଥାନାରେ ଲଗାଯିବ ସେ ନେଇ ହାଇକୋର୍ଟ ପଚାରିଛନ୍ତି । ଏଥିସହ ମାମଲାର ତଦନ୍ତ ଅନୁଧ୍ୟାନ କରିବାକୁ ମଧ୍ୟ ହାଇକୋର୍ଟ ମନା କରିଛନ୍ତି । ହାଇକୋର୍ଟଙ୍କ ତଦନ୍ତ ଅନୁଧ୍ୟାନର ଆବଶ୍ୟକତା ନଥିବା କୋର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking