32.1 C
Bhubaneswar
Friday, September 20, 2024
Homeଓଡିଶାହାତୀର ମୃତଦେହ ଠାବ

ହାତୀର ମୃତଦେହ ଠାବ

ମୟୂରଭଞ୍ଜ: ଶିମିଳିପାଳରେ ମାଈ ହାତୀର ମୃତଦେହ ଠାବ ହୋଇଛି । ବାଙ୍ଗିରିପୋଷି ରେଞ୍ଜ ଅଧୀନ ବାଲିଆଢିପା ନିକଟରେ ହାତୀର ମୃତଦେହ ଠାବ ହୋଇଛି ।  ଏନେଇ ବନବିଭାଗ ଅଧିକାରୀଙ୍କୁ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରିଥିଲେ । ତେବେ ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ହାତୀର ମୃତ୍ୟୁ କେବେ ହୋଇଛି, ତାହାକୁ ନେଇ କୌଣସି ସୂଚନା ମିଳିପାରିନାହିଁ । ହାତୀଟିର ମୃତ୍ୟୁର କାରଣ ଖୋଜି ଘଟଣାର ତଦନ୍ତ କରୁଛି ବନବିଭାଗ ।ସୂଚନା ମୁତାବକ, କିଛି ଦିନ ତଳେ ଅର୍ଥାତ ସେପ୍ଟେମ୍ବର ୯ ତାରିଖରେ ଶିମିଳିପାଳରେ ଏକ ହାତୀ ଛୁଆ ପ୍ରାଣ ହରାଇଥିଲା । ଏହି ଘଟଣାର କିଛି ଦିନ ପରେ ପୁଣି ଏକ ମାଈ ହାତୀର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking