26.7 C
Bhubaneswar
Thursday, April 9, 2026
Homeଓଡିଶାଟ୍ରେନ୍‌ରୁ ପଡ଼ି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା; ସାତ ଦିନ ମଧ୍ୟରେ କ୍ଷତିପୂରଣ ଦିଅ- ହାଇକୋର୍ଟ

ଟ୍ରେନ୍‌ରୁ ପଡ଼ି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା; ସାତ ଦିନ ମଧ୍ୟରେ କ୍ଷତିପୂରଣ ଦିଅ- ହାଇକୋର୍ଟ

କଟକ:  ପୁଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ପଡ଼ି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି । ବିଚାରପତି ସଞ୍ଜୀବ କୁମାର ପାଣିଗ୍ରାହୀ ମାମଲାର ଶୁଣାଣି କରି ସାତ ଦିନ ମଧ୍ୟରେ କ୍ଷତିପୂରଣ ରାଶି ମୃତକଙ୍କ ପରିବାରକୁ ପ୍ରଦାନ କରିବାକୁ ଆଦେଶରେ ଉଲ୍ଲେଖ କରିଛନ୍ତି ।ମାମଲାର ବିବରଣୀ ଅନୁସାରେ,୨୦୧୮ରେ ଏକ ମାମଲାରେ ଭଦ୍ରକ ଅଞ୍ଚଳର ଅଭିଯୁକ୍ତ ଅମ୍ରିତ ପୁହାଣକୁ ମୁମ୍ବାଇରୁ ଗିରଫ କରିଥିଲା ପୁଲିସ । ତେବେ ଅମ୍ରିତଙ୍କୁ ମୁମ୍ବାଇରୁ ଟ୍ରେନରେ ନେଇ ପୁଲିସ ଫେରିବା ବେଳେ ଟ୍ରେନରୁ ଗଳି ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ଅଭିଯୁକ୍ତଙ୍କ ମୃତ୍ୟୁ ପରେ ତାଙ୍କ ମାଆ ବାସନ୍ତୀ ପୁହାଣ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଅଭିଯୁକ୍ତଙ୍କୁ ଟ୍ରେନରେ ନେଇ ଫେରୁଥିବା ତିନି ପୋଲିସ କର୍ମଚାରୀ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ରଖିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking