34.1 C
Bhubaneswar
Friday, September 20, 2024
Homeଦେଶ ବିଦେଶୟୁକ୍ରେନ୍‌କୁ ଯାଉଛି ଭାରତ ଉତ୍ପାଦିତ ଯୁଦ୍ଧସାମଗ୍ରୀ

ୟୁକ୍ରେନ୍‌କୁ ଯାଉଛି ଭାରତ ଉତ୍ପାଦିତ ଯୁଦ୍ଧସାମଗ୍ରୀ

ନୂଆଦିଲ୍ଲୀ :  ରୁଷ୍‌ର ବାରମ୍ବାର ମନା କରିବା ସତ୍ତ୍ୱେ ଭାରତୀୟ ଯୁଦ୍ଧସାମଗ୍ରୀ ଏବେ ୟୁକ୍ରେନ୍‌କୁ ହସ୍ତାନ୍ତର କରାଯାଉଛି । ଏସବୁ ଯୁଦ୍ଧ ସାମଗ୍ରୀ ୟୁକ୍ରେନ୍‌ରେ ପ୍ରବେଶ କରିଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ବିଶ୍ୱସ୍ତରରେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଛି । ବାସ୍ତବରେ ଏସବୁ ଯୁଦ୍ଧ ସାମଗ୍ରୀ ସିଧାସଳଖ ଭାବେ ୟୁକ୍ରେନ୍‌କୁ ହସ୍ତାନ୍ତର କରୁନାହିଁ ବରଂ ଇୟୁରୋପୀୟ ଗୋଳାବାରୁଦ ବିକ୍ରେତା ଏସବୁ ଭାରତୀୟ ଗୋଳାବାରୁଦ ତଥା ଯୁଦ୍ଧ ସାମଗ୍ରୀଗୁଡ଼ିକୁ ଭାରତୀୟ ବଜାରରୁ ଖରିଦ୍ କରୁଛନ୍ତି ଏବଂ ୟୁକ୍ରେନ୍‌କୁ ହସ୍ତାନ୍ତର କରୁଛନ୍ତି । ଆମେରିକା ଏବଂ ୟୁରୋପୀୟ ସଂଘ ନିର୍ଦ୍ଦେଶରେ ଏସବୁ କରାଯାଉଥିବା ଅନୁମାନ କରାଯାଉଛି । ତେବେ ଖୁବ୍ କମ୍ ଦିନ ମଧ୍ୟରେ ୟୁକ୍ରେନ୍ ପାଖରେ ଭାରତୀୟ ଗୋଳାବାରୁଦର ସମ୍ଭାର ପହଞ୍ôଚବା ନେଇ ଏହି ରିପୋର୍ଟ ଦର୍ଶାଇଛି ।
ସୂଚନାଯୋଗ୍ୟ, ୨ ବର୍ଷ ଧରି ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ୟୁକ୍ରେନ୍ ପାଖରେ ଯୁଦ୍ଧ ସାମଗ୍ରୀର ଯଥେଷ୍ଟ ଅଭାବ ରହିଛି । ଏପରି ସ୍ଥଳେ ୟୁରୋପୀୟ ଦେଶ ପକ୍ଷରୁ ୟୁକ୍ରେନକୁ ସବୁପ୍ରକାର ସାମରିକ ଉପକରଣ ଯୋଗାଇ ଦିଆଯାଉଛି । ୟୁରୋପୀୟ ଗୋଳାବାରୁଦ ବେପାରୀମାନେ ଏବେ ଭାରତୀୟ ବଜାରରୁ ଅସ୍ତ୍ରଶସ୍ତ୍ର କିଣୁଥିବା ଏବଂ ସେସବୁକୁ ୟୁକ୍ରେନ୍‌କୁ ଦେଉଥିବା ଜଣାପଡିଛି । ତେବେ ଯଦିଓ ରୁଷ୍‌, ୟୁରୋପୀୟ ଗୋଳାବାରୁଦ ଖରିଦ୍‌ଦାରଙ୍କୁ ନିଜ ଅସ୍ତ୍ରଶସ୍ତ୍ର ବିକ୍ରି ନକରିବାକୁ କହିଆସୁଛି, ଭାରତ କିନ୍ତୁ ୟୁକ୍ରେନ୍ ସହ ବାଣିଜ୍ୟିକ କାରବାର ବନ୍ଦ କରିବ ନାହିଁ ବହୁ ପୂର୍ବରୁ ହିଁ ସ୍ପଷ୍ଟ କରିସାରିଛି । ଅର୍ଥାତ୍ ଭାରତ ଏହାକୁ ଏକ ବ୍ୟବସାୟିକ ସୁଯୋଗ ରୂପେ ଦେଖୁଛି ।
ଏସମ୍ପର୍କରେ ପ୍ରଶ୍ନ କରାଯିବାରୁ ଉଭୟ କେନ୍ଦ୍ର ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୌଣସି ଉତ୍ତର ଦିଆଯାଇନଥିଲା । ଗତ ଜାନୁଆରୀ ମାସରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଭାରତ ୟୁକ୍ରେନକୁ ଆର୍ଟିଲେରି ସେଲ୍ (ଗୋଳା ବାରୁଦ) ପଠାଇ ନାହିଁ କିମ୍ବା ବିକ୍ରି କରିନାହିଁ । ୟୁକ୍ରେନ ବ୍ୟବହାର କରୁଥିବା ଗୋଳାବାରୁଦ ଦିଲ୍ଲୀରୁ ଉତ୍ପାଦିତ (କେବଳ ଅଳ୍ପ ପରିମାଣର) କରାଯାଇଛି । ପ୍ରକାଶ,   ରୁଷ୍ ବିରୋଧରେ ପାଶ୍ଚାତ୍ୟ ନେତୃତ୍ୱାଧୀନ ପ୍ରତିବନ୍ଧକ ବ୍ୟବସ୍ଥାରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନା କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking