28.1 C
Bhubaneswar
Thursday, September 19, 2024
Homeଓଡିଶାପୌର ପରିଷଦରେ ସ୍ୱଚ୍ଛତା ସେବା କାର୍ଯ୍ୟକ୍ରମ

ପୌର ପରିଷଦରେ ସ୍ୱଚ୍ଛତା ସେବା କାର୍ଯ୍ୟକ୍ରମ

ଯାଜପୁର : ବୁଧବାର ବ୍ୟାସନଗର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ଆସନ୍ତା ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ସହରର ବିଭିନ୍ନ ୱାର୍ଡ ମାନଙ୍କରେ କାର୍ଯ୍ୟକ୍ରମ କରାଯାଇ ସ୍ୱଚ୍ଛତା ନେଇ ଜନସାଧାରଣଙ୍କୁ ସଚେତନ କରାଯିବ | ରାଜ୍ୟ ନଗର ଉନ୍ନୟନ ବିଭାଗ ନିର୍ଦେଶରେ ୧୫ ଦିନ ଧରି ଚାଲିବାକୁ ନିର୍ଦ୍ଦେଶ ଦେଇ ଥିଲେ l ବୁଧବାର ଏହି କାର୍ଯ୍ୟକ୍ରମକୁ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଏବଂ ନିର୍ବାହୀ ଅଧିକାରିଣୀ ନମ୍ରତା ମୋଦୀ ଶୁଭାରମ୍ଭ କରିଥିଲେ | ଚୋରଦା ସ୍ଥିତ କାଳୀ ମେଳଣ ପଡିଆରୁ ଏକ ସଚେତନତା ରାଲି ବାହାରି ଯାଜପୁରରୋଡ଼ ଆଦର୍ଶ ଥାନା ପରିସରରେ ପହଞ୍ଚି ଥିଲେ | ସେଠାରେ ଥାନାର ଏସ ଆଇ ଅଜୟ କୁମାର ସାହୁ ଓ ଅନ୍ୟ ଅଧିକାରୀ ମାନେ ଝାଡୁ ମାରି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହିଳା ସ୍ୱଚ୍ଛାସେବୀ, ସ୍ୱଚ୍ଛ ସାଥୀ,କିନ୍ନର ସଙ୍ଘ ଓ ସମସ୍ତ ପୌର ଏବଂ ସଫେଇ କର୍ମଚାରୀ ସଫେଇ କାର୍ଯ୍ୟରେ ସହଯୋଗ କରିଥିଲେ | ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହର ବାସି ରଖିବା ପାଇଁ ଏକ ରାଲି ସହର ପରିକ୍ରମା କରି ସହିତ ଜନ ସଚେତନl କାରା ଯାଇ ଥିଲା ଆସନ୍ତା ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଅବସର ରେ ପରିଷ୍କାର ପରିଚ୍ଛନ୍ନ ପାଇଁ ବିଭନ୍ନ ବର୍ଗ ଓ ୱlର୍ଡ କୁ ସମ୍ବର୍ଦ୍ଧିତ କରl ଯିବାର କାର୍ଯ୍ୟ କ୍ରମ ରହିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking