28.1 C
Bhubaneswar
Thursday, September 19, 2024
Homeଓଡିଶାଓଡିଶାର ସ୍ୱାର୍ଥକୁ ଅଣଦେଖା କରି ପୋଲାଭରମ ପ୍ରକଳ୍ପ ଆଗକୁ ବଢିଲେ ବିଜେଡି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ...

ଓଡିଶାର ସ୍ୱାର୍ଥକୁ ଅଣଦେଖା କରି ପୋଲାଭରମ ପ୍ରକଳ୍ପ ଆଗକୁ ବଢିଲେ ବିଜେଡି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ

 ପୋଲାଭରମ କାର୍ଯ୍ୟକ୍ଷମ ହେଲେ ମୋଟୁ ଅଞ୍ଚଳ ଓଡିଶା ମାନଚିତ୍ରରୁ ନିଶ୍ଚିହ୍ନ ହୋଇଯିବ
 ରାଜ୍ୟ ବିଜେପି ସରକାର ପୋଲାଭରମ ସମ୍ପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ
 ଓଡ଼ିଶାର ସ୍ୱାର୍ଥ ପାଇଁ ତିନି କେନ୍ଦ୍ରମନ୍ତ୍ରୀ ଓ ବିଜେପିର ଏମପିଙ୍କ ନିରବତା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର : କେନ୍ଦ୍ରସରକାରବଜେଟରେପୋଲାଭରମ ପ୍ରକଳ୍ପ ପାଇଁ ପନ୍ଦର ହଜାରକୋଟିବ୍ୟୟବରାଦ କରିବା ପରେପୋଲାଭରମ ପ୍ରକଳ୍ପକାମ ଦ୍ରୁତଗତିରେ ଆଗେଇଛି ଓ ଏହାଫେବୃଆରୀ ୨୦୨୬ ସୁଦ୍ଧାସମ୍ପୂର୍ଣହେବବୋଲିଲକ୍ଷ୍ୟରହିଛି ।ଏହି ପ୍ରକଳ୍ପକାର୍ଯ୍ୟକ୍ଷମହେଲେଓଡ଼ିଶାରମାଲକାନଗିରିଜିଲ୍ଲାର ପ୍ରାୟ ଦୁଇଶହଗାଁଜଳମଗ୍ନହେବବୋଲିବିଜୁଜନତା ଦଳରବରିଷ୍ଠନେତା ତଥା ସମନ୍ୱୟକମିଟିର ଅଧ୍ୟକ୍ଷଶ୍ରୀଯୁକ୍ତ ଦେବି ପ୍ରସାଦ ମିଶ୍ର ଆଜିଶଙ୍ଖଭବନ ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ।ଉଲ୍ଲେଖଯୋଗ୍ୟ, ଆନ୍ଧ୍ର ପ୍ରଦେଶରଗୋଦାବରୀ ନଦୀ ଉପରେପୋଲାଭରମ ପ୍ରକଳ୍ପ ନିର୍ମାଣାଧୀନ ରହିଥିବାବେଳେଏହାର ପଛୁଆ ପାଣିମାଲକାନଗିରିଜିଲ୍ଲାରମୋଟୁ ଓ ପଡିଆ ଅଞ୍ଚଳ ଜଳମଗ୍ନହୋଇଯିବାର ଆଶଙ୍କାରହିଥିବାରୁଏହାକୁବିଜେଡିବିରୋଧ କରିଆସୁଛି ।କେନ୍ଦ୍ରସରକାରଙ୍କ ଗତ ବଜେଟରେଏହି ପ୍ରକଳ୍ପକୁ ଅଗ୍ରାଧିକାରଭିତ୍ତିରେସମାପ୍ତ କରିବା ପାଇଁ ପନ୍ଦର ହଜାରକୋଟିବ୍ୟୟବରାଦ କରିବାପରେବିଜେଡିସଭାପତିଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ କମିଟି ଗଠନ କରିସେମାନଙ୍କୁମାଲକାନଗିରି ଓ ପୋଲାଭରମ ଅଞ୍ଚଳ ଯାଇବର୍ତ୍ତମାନରସ୍ଥିତିକୁ ଅନୁଧ୍ୟାନ କରିବାକୁକହିଥିଲେ ।ଏହିକମିଟିରସଦସ୍ୟମାନେ ସେଠାରୁଫେରିବା ପରେପୋଲାଭରମ ପକଳ୍ପ ଉପରେ ଏକ ସବିଶେଷରିପୋର୍ଟବିଜେଡିସଭାପତିଙ୍କୁ ଆଜି ପ୍ରଦାନ କରବା ପରେଶଙ୍ଖଭବନ ଠାରେପ୍ରେସକୁସମ୍ୱୋଧନ କରିଥିଲେ ।

ଶ୍ରୀମିଶ୍ରକହିଥିଲେ, ବିଜେଡିସଭାପତିଙ୍କ ଦ୍ୱାରାଗଠିତକମିଟିରସଦସ୍ୟମାନେ ଯଥାକ୍ରମେମାଲକାନଗିରିଜିଲ୍ଲାରମୋଟୁ ଓ ପଡିଆ ଅଞ୍ଚଳ ଏବଂପୋଲାଭରମଡ୍ୟାମ ଅଞ୍ଚଳ ବୁଲି ଦେଖିବାସହବିଭିନ୍ନ ଅଧିକାରୀ ଓ ବିଶେଷଜ୍ଞମାନଙ୍କସହ ଆଲୋଚନାକରିଥିଲେ । ନିର୍ମାଣାଧୀନ ପୋଲାଭରମଡ୍ୟାମର ଦୁଇଟି ଯାକକଫରଡ୍ୟାମ, ୪୮ଟି ସ୍ପିଲ୍‌ୱେୟର ନିର୍ମାଣକାମଶେଷହୋଇଥିବାସହମୁଖ୍ୟଡ୍ୟାମରଟେଣ୍ଡରହୋଇୱାର୍କ ଅର୍ଡରଦିଆସରିଛିବୋଲି ଆମେ ଅଧିକାରୀମାନଙ୍କଠାରୁଜାଣିବାକୁ ପାଇଥିଲୁ ।ଏହିକାମ ନଭେମ୍ୱରସୁଦ୍ଧା ଆରମ୍ଭ ହୋଇଫେବୃଆରୀ ୨୦୨୬ ସୁଦ୍ଧାଶେଷହେବବୋଲିଲକ୍ଷ୍ୟ ଧାର୍ଯ୍ୟକରାଯାଇଛି । ପ୍ରକଳ୍ପ ଅଧିକାରୀମାନଙ୍କଠାରୁଏହି ପଛୁଆ ପାଣିମାଲକାନଗିରିଜିଲ୍ଲାରକେତେ ଅଞ୍ଚଳକୁଜଳମଗ୍ନକରିବବୋଲିଜାଣିବାକୁଚାହିଁଥିଲୁ, ହେଲେସେମାନେ ଏହାରଉତ୍ତରସେଣ୍ଟ୍ରାଲୱାଟରକମିସନଙ୍କ ପାଖରୁମିଳିପାରିବବୋଲିକହିଥିଲେ ।ସେହିପରିଡ୍ୟାମରଉଚ୍ଚତା ୧୫୦ ମିଟରକୁବୃଦ୍ଧିକରାଯିବା ପରେବିଶେଷଜ୍ଞମାନଙ୍କ ଦ୍ୱାରାକରାଯାଇଥିବା ଏକ ଆକଳନରୁଜଣାଯାଇଛି ଯେ,ମାଲକାନଗିରିଜିଲ୍ଲାରମୋଟୁ ଓ ପଡିଆ ଅଞ୍ଚଳର ପ୍ରାୟ ଦୁଇଶହଗ୍ରାମଜଳମଗ୍ନହେବ ଓ ସମଗ୍ରମୋଟୁ ଅଞ୍ଚଳ ଜଳମଗ୍ନହୋଇଓଡିଶାମାନଚିତ୍ରରୁ ନିଶ୍ଚିହ୍ନ ହୋଇଯିବବୋଲି ଆଶଙ୍କାପ୍ରକାଶ ପାଇଛି ।ତେଣୁମୋଟୁ ଓ ପଡିଆ ଅଞ୍ଚଳରଜନସାଧାରଣପୋଲାଭରମପ୍ରକଳ୍ପକାର୍ଯ୍ୟତ୍ୱରାନ୍ୱିତହେବା ପରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଶ୍ରୀମିଶ୍ର ଆହୁରିକହିଥିଲେ, ପୋଲାଭରମଡ୍ୟାମ ନିର୍ମାଣହେଲେ ଆନ୍ଧ୍ରର ପ୍ରାୟସାତଲକ୍ଷଏକରଜମିଜଳସେଚିତହେବ, ୯୬୦ ମେଗାୱାଟବିଦ୍ୟୁତଉତ୍ପାଦନ ହେବ, ବିଶାଖାପାଟଣା ଅଞ୍ଚଳକୁପାନୀୟଜଳ ଓ ଶିଳ୍ପକୁଜଳଯୋଗାଣହୋଇପାରିବ ।କିନ୍ତୁ, ଓଡିଶାରମାଲକାନଗିରିଜିଲ୍ଲାର ପ୍ରାୟତିରିଶ ପ୍ରତିଶତ ଅଞ୍ଚଳ ଜଳମଗ୍ନହୋଇଯିବ,ଯେଉଁଥିରେହଜାରହଜାର ଆଦିବାସୀବିସ୍ଥାପିତହେବେ ଓ ଜୀବନ ଜୀବିକାହରାଇବେ ।ଏହି ପ୍ରକଳ୍ପକୁବିରୋଧ କରିଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରଜଳସମ୍ପଦ ମନ୍ତ୍ରୀଙ୍କୁଚିଠିଲେଖିମାଲକାନଗିରିବାସିନ୍ଦାଙ୍କ ପ୍ରତି ନ୍ୟାୟ ପ୍ରଦାନ କରିବାକୁ ଦାବିରଖିଥିଲେ ।ସେହିପରିଓଡିଶାସରକାରଙ୍କତରଫରୁସୁପ୍ରିମକୋର୍ଟରେ ମଧ୍ୟ ଏହି ପ୍ରକଳ୍ପ ଦ୍ୱାରାକ୍ଷତିଗ୍ରସ୍ତମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆବେଦନ କରାଯାଇଥିଲା ।ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତହେବାକୁ ଥିବାସମସ୍ତବର୍ଗଙ୍କମତାମତନେଇ ପ୍ରକଳ୍ପକାର୍ଯ୍ୟକୁ ଆଗକୁନେବାପାଇଁକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କେନ୍ଦ୍ରସରକାରଏହାକୁବେଖାତିରକରି ପ୍ରକଳ୍ପକାର୍ଯ୍ୟକୁ ଆଗେଇନେଉଛନ୍ତି ।

ତେଣୁ, ଏହି ପ୍ରକଳ୍ପକାର୍ଯ୍ୟକ୍ଷମହେଲେଓଡ଼ିଶାରମାଲକାନଗିରିଜିଲ୍ଲାରେହେବାକୁ ଥିବାକ୍ଷୟକ୍ଷତିର ଆକଳନ ଓ ଏହାରସମାଧାନହେବା ପର୍ଯ୍ୟନ୍ତ ଏହି ପ୍ରକଳ୍ପକାମକୁ ବନ୍ଦ ରଖିବା ପାଇଁବିଜୁଜନତା ଦଳ ଦାବିକରୁଛି ।ରାଜ୍ୟବିଜେପିସରକାରତୁରନ୍ତ କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣକରିସମାଧାନରରାସ୍ତାବାହାରକରନ୍ତୁ ।ଓଡ଼ିଶାରସ୍ୱାର୍ଥକୁ ଅଣଦେଖାକରିପୋଲାଭରମକାର୍ଯ୍ୟଆଗକୁବଢିଲେ,ବିଜେଡି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବବୋଲିଶ୍ରୀମିଶ୍ରକହିଥିଲେ । କମିଟିରଅନ୍ୟତମସଦସ୍ୟତଥା ମୁଖପାତ୍ରଭୃଗୁବକ୍ସିପାତ୍ରକହିଥିଲେପୋଲାଭରମ ପ୍ରକଳ୍ପହେଲେଓଡ଼ିଶାରବ୍ୟାପକକ୍ଷତିହେବ ।ହଜାରହଜାର ଆଦିବାସୀମାନେ ଜୀବନ ଜୀବିକାହରାଇବାକୁ ଯାଉଥିବାବେଳେରାଜ୍ୟବିଜେପିସରକାରଙ୍କ ନୀରବତାଏବଂଓଡ଼ିଶାରତିନି ଜଣ କେନ୍ଦ୍ରମନ୍ତ୍ରୀ ଓ କୋଡିଏ ଜଣ ଏମପିଏହି ପ୍ରସଙ୍ଗରେମୁହଁ ନଖୋଲିବା ଦୁର୍ଭାଗ୍ୟଜନକ ।ସେହିପରିପୂର୍ବତନ ମନ୍ତ୍ରୀଅତନୁସବ୍ୟସାଚୀ ନାୟକକହିଥିଲେ, ମୁଖ୍ୟମନ୍ତ୍ରୀମୋହନ ମାଝୀ ନିକଟରେପୋଲାଭରମସମ୍ପର୍କରେଓଡ଼ିଶାବିଧାନସଭାର ଏକ ପ୍ରଶ୍ନରଉତ୍ତରରେକହିଥିଲେ ଯେ,ପୋଲାଭରମ ପ୍ରକଳ୍ପସର୍ବୋଚ୍ଚ ନ୍ୟାୟାଳୟରେବିଚାରାଧୀନ ରହିଛି, ତେବେବିଚାରାଧୀନ ଥିବାବେଳେକେନ୍ଦ୍ରରବିଜେପିସରକାରଏହି ପ୍ରକଳ୍ପକାମକୁ ଆର୍ଥିକ ଅନୁଦାନ ଦେଉଛନ୍ତିକିପରି ? କମିଟିର ଅନ୍ୟ ସଦସ୍ୟମାନେ ଯଥା ସାଂସଦ ମୁନ୍ନାଖାନ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ଝିନ୍ନହିକକାଏବଂବିଧାୟକମନୋହରରନ୍ଧାରୀ ନିଜନିଜରମତରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking