30.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଓଡ଼ିଶାର ୨ ଶିକ୍ଷକଙ୍କୁ ମିଳିଲା ଜାତୀୟ ପୁରସ୍କାର

ଓଡ଼ିଶାର ୨ ଶିକ୍ଷକଙ୍କୁ ମିଳିଲା ଜାତୀୟ ପୁରସ୍କାର

ନୂଆଦିଲ୍ଲୀ : ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ଓଡ଼ିଶାର ଦୁଇ ଶିକ୍ଷକଙ୍କ ସମେତ ଦେଶର ୮୨ ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଜାତୀୟ ପୁରସ୍କାର-୨୦୨୪ରେ ସମ୍ମାନିତ କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ଗୁରୁଦିବସ ଅବସରରେ ବିଜ୍ଞାନ ଭବନରେ ଆୟୋଜିତ ସ୍ବତନ୍ତ୍ର  କାର୍ୟ୍ୟକ୍ରମରେ ରାଷ୍ଟ୍ରପତି କୃତୀ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ପୁରସ୍କୃତ ହୋଇଥିବା ୨ ଓଡ଼ିଆ ଶିକ୍ଷକ ହେଲେ, କଳାହାଣ୍ଡି ଜିଲ୍ଲା ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ସନ୍ତୋଷ କୁମାର କର ଓ ରାୟଗଡ଼ା‌ ଜିଲ୍ଲା ବିଲେସୁସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଦ୍ବିତୀଚନ୍ଦ୍ର ସାହୁ । ପୁରସ୍କୃତ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହିତ ରୌପ୍ୟ ପଦକ ଓ ପ୍ରଶଂସାପତ୍ର  ପ୍ରଦାନ କରାଯାଇଥିଲା।
ପୁରସ୍କାର ଗ୍ରହଣ କରିବା ପରେ ଓଡ଼ିଶାର ଦୁଇଶିକ୍ଷକ ଆଗକୁ ଏହି ପୁରସ୍କାର ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଉଲ୍ଲେଖନୀୟ କାର୍ୟ୍ୟ କରିବା ପାଇଁ ପ୍ରେରିତ କରିବ ବୋଲି ପ୍ରତିକ୍ରିୟାରେ କହିଥିଲେ। କାର୍ୟ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜମୁଦାର, କେନ୍ଦ୍ର ଦକ୍ଷତା ବିକାଶ, ଉଦ୍ୟମିତା ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking