27.7 C
Bhubaneswar
Wednesday, July 1, 2026
Homeଓଡିଶାଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଆନନ୍ଦପୁର : ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଆନନ୍ଦପୁର ଘସିପୁରା ଥାନା କଦବହାଳୀ ଗାଁରେ ଘଟିଛି ଏଭଳି ଘଟଣା । ମିଳିଥିବା ସୂଚନା ଅନୁଯାୟୀ କଦବହାଳୀ ଗାଁର ଗଙ୍ଗାଧର ନାମକ ଜଣେ ବ୍ୟକ୍ତି ଆଜି ସକାଳେ ଶୌଚ ପାଇଁ ଯାଇଥିଲେ। ଏତିକିବେଳେ ବୁଦା ମୂଳରେ ବସିଥିବା ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକ ଗଙ୍ଗାଧରଙ୍କୁ ଉଦ୍ଧାର କରି ଘଷିପୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking