33.1 C
Bhubaneswar
Friday, April 3, 2026
Homeଅପରାଧସ୍କୁଲରେ ଶିଶୁକୁ ତିନିଜଣ ନାବାଳକ କଲେ ଦୁଷ୍କର୍ମ ଉଦ୍ୟମ

ସ୍କୁଲରେ ଶିଶୁକୁ ତିନିଜଣ ନାବାଳକ କଲେ ଦୁଷ୍କର୍ମ ଉଦ୍ୟମ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉଧମ ସିଂ ନଗର ଜିଲ୍ଲାର ସୀତାରଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳରେ ଜଣେ ଚାରି ବର୍ଷର ବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ଗତସୋମବାର ଲେକା ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଘଟିଥିବା ପୁଲିସ ସୂତ୍ରରୁ ପ୍ରକାଶ । ପୀଡ଼ିତା ଶିଶୁର ମା’ ସୀତାରଗଞ୍ଜ ପୁଲିସ ଷ୍ଟେସନରେ ଅଭିଯୋଗ କରି କହିଛନ୍ତି, ‘ପ୍ରତିଦିନ ପରି ମୋ ଝିଅକୁ ସକାଳ ଆଠଟାରେ ସ୍କୁଲରେ ଛାଡି ଆସିଥିଲି । ସ୍କୁଲ ଛାଡ଼ି ଆସିବାର ତିନିଘଣଣ୍ଟା ପରେ ଝିଅ କାନ୍ଦିକାନ୍ଦି ଘରକୁ ଫେରିଥିଲା ।

ମୁଁ ତାକୁ କାନ୍ଦିବାର କାରଣ ପଚାରିବାରୁ ସେ କହିଥିଲା ଗ୍ରାମର ତିନିଜଣ ବାଳକ ତାକୁ ମାଡ଼ ମାରିବା ସହିତ ତାର ଗୁପ୍ତାଙ୍ଗରେ ଯନ୍ତ୍ରଣା ଦେଇଥିଲେ । ମୁଁ ଝିଅ ଠାରୁ ଏଭଳି କଥା ଶୁଣିବା ପରେ ମୋର ପାଦତଳୁ ମାଟି ଖସି ଯାଇଥିଲା । କ’ଣ କରିବି କିଛି ବୁଝି ପାରି ନଥିଲି । ମନକୁ ଦୃଢ଼ କରି ସ୍ୱାମୀଙ୍କୁ ଘଟଣା ବିଷୟରେ ଜଣାଇବା ପରେ ଆମେ ଦୁହେଁ ଥାନାକୁ ଯାଇ ତିନିଜଣ ନାବାଳକଙ୍କ ବିରୋଧରେ ମାମଲା ରୁଜୁ କରିଛୁ ।

ପୁଲିସ ଏହି ଘଟଣାରେ ସାମିଲ ଥିବା ଦୁଇଜଣ ନାବାଳକଙ୍କୁ ଅଟକ କରି ପଚରାଉଚରା କରୁଥିବା ବେଳେ ଅନ୍ୟ ଜଣଙ୍କ ପତ୍ତା ମିଳୁନାହିଁ । ତୃତୀୟ ନାବାଳକଙ୍କୁ ପୁଲିସ ଧରିବା ପାଇଁ ତଦନ୍ତ ଜାରି ରଖିଛି । ପୁଲିସ ସୂଚନାନୁସାରେ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ନାବାଳକ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଅଟେ । ପୀଡ଼ିତା ଶିଶୁଙ୍କୁ ଡାକ୍ତରି ମାଇନା ପାଇଁ ପଠାଇ ଦିଆଯାଇଛି । ସିଟି ପୁଲିସ ମନୋଜ କାଟାଲ କହିଛନ୍ତି ଯେ ଘଟଣାର ଗମ୍ଭୀରତା ଏବଂ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପୀଡ଼ିତାଙ୍କ ଗ୍ରାମରେ ପୁଲିସଦଳଙ୍କୁ ନିୟୋଜିତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking