33.1 C
Bhubaneswar
Friday, April 3, 2026
Homeଦେଶ ବିଦେଶରୁଷର ମିସାଇଲ ଆଟାକ, ୪୧ ମୃତ

ରୁଷର ମିସାଇଲ ଆଟାକ, ୪୧ ମୃତ

କିଭ୍‌: ୟୁକ୍ରେନ ଉପରେ ହମଲାକୁ ଆହୁରି ଜୋରଦାର କରିଛି ରୁଷ । ୟୁକ୍ରେନର କେନ୍ଦ୍ରୀୟ ଅଞ୍ଚଳରେ ଆଜି ରୁଷ ପକ୍ଷରୁ ବାଲାଷ୍ଟିକ ମିସାଇଲ ଦ୍ୱାରା ଆକ୍ରମଣ କରାଯାଇଛି । ରୁଷର ଦୁଇଟି ମିସାଇଲ ମାଡ଼ରେ ଏଠାରେ ଥିବା ଗୋଟିଏ ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ ଛିନଛତ୍ର ହୋଇଛି । ଏଥିରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୮୦ ଜଣ ଆହତ ହୋଇଥିବା ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କି କହିଛନ୍ତି । ରୁଷ ଏବେ ୟୁକ୍ରେନର କେନ୍ଦ୍ରୀୟ ପୋଲଟାବା ଅଞ୍ଚଳକୁ ଟାର୍ଗେଟ କରିଛି ।

ଏଠାରେ ସବୁଠାରୁ ବଡ଼ ଧରଣରଣ ଆକ୍ରମଣ କରାଯାଇଛି । ୨୦୨୨ ଫେବୃଆରୀ ୨୪ରୁ ରୁଷ ପଡ଼ୋଶୀ ୟୁକ୍ରେନ ଉପରେ ହମଲା କରି ଚାଲିଛି । ପୂର୍ବରୁ ସାମରିକ ପ୍ରତିଷ୍ଠାନ ଓ ଭିତ୍ତିଭୂମିକୁ ଟାର୍ଗେଟ କରୁଥିବା ରୁଷ ଏବେ ଆବାସିକ ଅଞ୍ଚଳ, ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ଉପରେ ମିସାଇଲ ମାଡ଼ କରୁଛି । ଏଥିରେ ସାଧାରଣ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି । ଆଜି ହୋଇଥିବା ମିସାଇଲ ଆଟାକ ସମ୍ପର୍କରେ ଜେଲେନସ୍କି କହିଛନ୍ତି, “ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁନିକେସନର ଗୋଟିଏ ବିଲଡିଂ ମିସାଇଲ ଆଟାକ ଯୋଗୁ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଅନେକ ଲୋକ ଧ୍ୱଂସାବଶେଷ ତଳେ ଫସି ରହିଥିଲେ । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଉଦ୍ଧାର କରାଯାରଇଛି । ଉଦ୍ଧାର କାର୍ଯ୍ୟରେ ସମସ୍ତ ଜରୁରିକାଳୀନ ଟିମକୁ ମୁତନୟ କରାଯାଇଛି । ସେହିପରି ଏହା ନିକଟରେ ଥିବା ଗୋଟିଏ ହସ୍ପିଟାଲ ଉପରେ ମଧ୍ୟ ମିସାଇଲ ମାଡ଼ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking