29.1 C
Bhubaneswar
Friday, April 3, 2026
Homeଓଡିଶାଆତ୍ମସମର୍ପଣ କଲେ ୬ ନକ୍ସଲ

ଆତ୍ମସମର୍ପଣ କଲେ ୬ ନକ୍ସଲ

ମାଲକାନଗିରି: ତେଲେଙ୍ଗାନାର ଭଦ୍ରାଦି କୋଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଜଣେ ହାର୍ଡକୋର ମାଓବାଦୀ ଆଜି ଆତ୍ମସମର୍ପଣ କରିଛି ।ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ମାଡକମ ଆଥାଲ ଅରଫ ଆୟଥା(୨୪) । ମାଡକମ ଆଥାଲ ନାମରେ ତେଲେଙ୍ଗାନା ସରକାର ୪ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ । ସିପିଆଇ ମାଓବାଦୀ ସଂଗଟନରେ ଗତ ୨୦୨୭ରେ ମାଡକମ ଆଥାଲ ମିଲିସିଆ ଭାବେ ଯୋଗ ଦେଇଥିଲା । ୨୦୨୦ ପର୍ଯ୍ୟନ୍ତ ସେ ମିଲିସିଆ କମାଣ୍ଡର ସୋଡି ଯୋଗାୟାଙ୍କ ସହ କାମ କରିଥିଲେ । ସୋଡି ଯୋଗାୟାଙ୍କ ମୃତ୍ୟୁ ପରେ ତାଂକୁ ପଦୋନ୍ନତି ଦିଆଯାଇଥିଲା । ଆତ୍ମସମର୍ପଣ କରିବା ପର୍ଯ୍ୟନ୍ତ ସେ ଚାର୍ଲା ପ୍ଲାଟୁନର ସଦସ୍ୟ ଭାବେ କାମ କରୁଥିଲେ । ପୁଲିସ ମାଡ଼କମ ଆଥାଲର ପରିବାରକୁ ବୁଝାଇଥିଲେ ।

ମାଡ଼କାମୀ ଆଥାଲ ଆତ୍ମସମର୍ପଣ କରି ବାକି ଜୀବନ ସୁଖରେ କଟାଉ । ପରିବାରର କଥା ଶୁଣି ସେ ଫେରିଆସିଥିଲେ । ପୁଲିସ ତରଫରୁ ତାଂକୁ ଆର୍ôଥକ ସହୟତା ପ୍ରଦାନ ସହ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ । ସେହିପରି ଛତିଶଗଡର ସୁକମା ଜିଲ୍ଲାରେ ଆଜି ଜଣେ ମହିଳା ନକ୍ସଲ ସହ ୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଏମାନେ ହେଲେ ପୋଦିଆ ବୁଦୁରି, ଏକ ଲକ୍ଷ ଇନାମି ମାଲାମ ଦେବା, ଏକ ଲକ୍ଷ ଇନାମୀ କାରତାମ ହିଡମା, ମାଡବୀ ଜଗା ଏବଂ ଦୁଧୀ ଜଗା । ଏମାନେ ୧୩୧ ସିଆରପିଏଫ କମାଣ୍ଡାଣ୍ଟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଲଗାତାର ପୁଲିସର ଘନ ଘନ ଚଢାଉରେ ନକ୍ସଲ ଦୁର୍ବଳ ହେବାକୁ ଲାଗିଲେଣି । ନକ୍ସଲ ଆତ୍ମସମର୍ପଣ ନକଲେ ମୃତ୍ୟୁବରଣ ଥୟ ବୋଲି ପୁଲିସ କହିଛି । ତେଣୁ ସରକାରଙ୍କ ଆତ୍ମନିର୍ଭରଶୀଳ ନୀତି ସମସ୍ତ ନକ୍ସଲଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବ ବୋଲି ପୁଲିସ କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking