25.9 C
Bhubaneswar
Monday, April 6, 2026
Homeଓଡିଶାଡାକ୍ତରଖାନାରୁ ବାହାରିବା ପୁର୍ବରୁ ଜଳିଗଲେ ଗର୍ଭବତୀ

ଡାକ୍ତରଖାନାରୁ ବାହାରିବା ପୁର୍ବରୁ ଜଳିଗଲେ ଗର୍ଭବତୀ

ମାଲକାନଗିରି: ମାଲକାନଗିରିରୁ ଆସିଛି ଏକ ହୃଦୟ ବିଦାରକ ଖବର। ନିଆଁରେ ଜଳି ମୃତ୍ୟୁବରଣ କଲେ ୭ ମାସରେ ଗର୍ଭବତୀ ମହିଳା। ସୂଚନା ଅନୁଯାୟୀ, ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୯ ଗାଁର ମହିଳା ବିନିତା ମାଳି ଗତ ରବିବାର ଦିନ ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ଲାଗି ଡାକ୍ତରଖାନା ବାହାରୁଥିଲେ। ତେବେ ଡାକ୍ତରଖାନାରୁ ବାହାରିବା ପୁର୍ବରୁ ଗର୍ଭବତୀ ମହିଳାଙ୍କୁ ନିଆଁରେ ଜଳୁଥିବା ଅବସ୍ଥାରେ ଉଦ୍ଧାର କରି ମାଲକାନଗିରି ଡାକ୍ତରଖାନାକୁ ଆଣିଥିଲେ ପରିବାର ଲୋକେ।

ବିନିତା ପ୍ରାୟ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ଜଳି ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।ପୋଷ୍ଟମର୍ଟମ ବେଳେ ଗର୍ଭରେ ଥିବା ଶିଶୁଟିକୁ ମଧ୍ୟ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତେବେ ବିନିତାଙ୍କ ମାନସିକ ଅବସ୍ଥା ଭଲ ନ ଥିବା ବେଳେ ସେ ପେଟ୍ରୋଲ ଢାଳି ଆତ୍ମହତ୍ୟା କରିଥିବା ବିନିତାଙ୍କ ଶାଶୂଘର ଲୋକେ କହିଛନ୍ତି। ମୃତ ମହିଳାଙ୍କ ଭାଇ ଏ ନେଇ ମାଲକାନଗିରି ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ନିଆଁ ଲାଗିବାର ପ୍ରକୃତ କାରଣ ଖୋଜିବା ଆରମ୍ଭ କରିଛି। ବିନିତାଙ୍କ ବୟସ ପ୍ରାୟ ୩୫ ବର୍ଷ ହୋଇଥିବା ବେଳେ ତାଙ୍କର ଦୁଇଟି ଝିଅ ଥିବା ଜଣା ପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking