26.8 C
Bhubaneswar
Monday, April 6, 2026
Homeଦେଶ ବିଦେଶଜେଲ ଭାଙ୍ଗି ପଳାଇବାକୁ ଉଦ୍ୟମ: ୧୨୯ କଏଦୀଙ୍କ ମୃତ୍ୟୁ

ଜେଲ ଭାଙ୍ଗି ପଳାଇବାକୁ ଉଦ୍ୟମ: ୧୨୯ କଏଦୀଙ୍କ ମୃତ୍ୟୁ

କିନ୍‌ସାସା: କଙ୍ଗୋର ରାଜଧାନୀ କିନ୍‌ସାସାର ଏକ ମୁଖ୍ୟ କାରାଗାରରୁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ୧୨୯ କଏଦୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳାଚକଟାରେ ପ୍ରାଣ ହରାଇଥିବା କୁହାଯାଉଛି । ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ଜରିଆରେ କଙ୍ଗୋ ଗୃହମନ୍ତ୍ରୀ ଜ୍ୟାକେମିନ୍ ଶବାନୀ ଏହି ବିଷୟରେ ସୂଚନା ପ୍ରଦାନ କରିଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କଙ୍ଗୋ ଆଭ୍ୟନ୍ତରୀଣ ମନ୍ତ୍ରୀ ଜ୍ୟାକେମିନ୍ ଶବାନୀ କହିଛନ୍ତି ଯେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି । କଏଦୀଙ୍କୁ ଖସି ପଳାଇବା ଉଦ୍ୟମରୁ ନିବୃତ୍ତ କରିବା ପାଇଁ ସୁରକ୍ଷାକର୍ମୀମାନେ ଗୁଳି ଚାଳନା କରିଥିଲେ । କେତେକ କଏଦୀ ମଧ୍ୟ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ସେ କହିଛନ୍ତି । ମାନବ ଅଧିକାର ସଂଗଠନ ଆମନେଷ୍ଟି ଇଣ୍ଟରନ୍ୟାସନାଲ କଙ୍ଗୋ ଉପରେ ନିକଟରେ କରିଥିବା ରିପୋର୍ଟରେ କହିଛି ଯେ ମକାଲା କାରାଗାର ହେଉଛି କଙ୍ଗୋର ମୁଖ୍ୟ କାରାଗାର । ଯେଉଁଥିରେ ୧,୫୦୦କଏଦୀଙ୍କର ରହିବା କ୍ଷମତା ରହିଛି ।

କିନ୍ତୁ ଏଥିରେ ୧୨,୦୦୦ କଏଦୀଙ୍କୁ ରଖାଯାଇଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜ ବିରୋଧରେ ଥିବା ଅଭିଯୋଗର ଶୁଣାଣି ଶେଷ ହେବାକୁ ଅପେକ୍ଷା କରିଛନ୍ତି । କଏଦୀମାନେ ଜେଲ ଭାଙ୍ଗି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ବାସିନ୍ଦା କହିଛନ୍ତି ଜେଲରେ ରବିବାର ମଧ୍ୟରାତ୍ରିରୁ ଗୁଳି ଚାଳନା ହୋଇଥିବାବେଳେ ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା । ସରକାରୀ ବରିଷ୍ଠ ଅଧିକାରୀ ଏହା ପୂର୍ବରୁ କହିଥିଲେ ଯେ ଏହି ଘଟଣାରେ କେବଳ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି । ତେବେ ପରେ ମୃତ୍ୟୁ ସଂଖ୍ୟା ଅଧିକ ଥିବା ରିପୋର୍ଟ ଜଣାପଡ଼ିଥିଲା । ସରକାର ମୃତ୍ୟୁ ସଂଖ୍ୟାକୁ ଜାଣିଶୁଣି ଚପାଇ ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି । ଏହାକୁ ନେଇ ମାନବ ଅଧିକାର କର୍ମୀଙ୍କ ଦ୍ୱାରା ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି । ସରକାର କାହିଁକି ଏଭଳି କରୁଥିଲେ ସେନେଇ ପ୍ରଶ୍ନ ଉଠିଛି । ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ମନ୍ତବ୍ୟ ପ୍ରଦାନ କରାଯାଇ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking