ଭୁବନେଶ୍ୱର: ରାଜ୍ୟ ବିଜେପି ଅଫିସରେ ସୁନୀତି ମୁଣ୍ଡ ହଟହଟା । ଦୁଇ ଦିନ ପୂର୍ୱରୁ ଦଳରୁ ନିଲମ୍ବନ କରାଯାଇଥିବାବେଳେ ଆଜି ଦୁର୍ୱବ୍ୟବହାର କରିଛି ବିଜେପି । ଦଳ ବିରୋଧୀ କାମ ପାଇଁ ଦଳରୁ ନିଲମ୍ବିତ କରାଯାଇଥିବାର ସୂଚନା ରହିଛି । ନିଜର ନିଲମ୍ବନକୁ ନେଇ ବିଜେପି ସଭାପତିଙ୍କୁ ଭେଟିବାକୁ ଯାଇଥିଲେ ସୁନୀତି ମୁଣ୍ଡ । ଘଟଣାସ୍ଥଳରେ ବିଜେପି ସଦସ୍ୟମାନେ ବିରୋଧ କରିବା ସହ ରାସ୍ତାକୁ ଘଉଡାଇଥିଲେ । ଅନ୍ୟପଟେ ତାଙ୍କ ସହ ଏଭଳି କାଯ୍ୟରେ ପ୍ରତିକ୍ରିୟା ଦେଇ ସୁନୀତି ମୁଣ୍ଡ କହିଛନ୍ତି, “ ଏଇଟା ମୋ ଘର, ମୋ ଘରକୁ ଆସିବାକୁ କେହି ମୋତେ ଅଟକାଇ ପାରିବେ ନାହିଁ । ମୋ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ହୋଇଛି । ସେଥିରେ କୌଣସି ସତ୍ୟତା ନାହିଁ ।”










