30.1 C
Bhubaneswar
Tuesday, February 10, 2026
Homeଓଡିଶାଓଡିଶା ଆଦର୍ଶ ବିଦ୍ୟାଳୟରେ ୩୦୩୭ ଶିକ୍ଷକ ପଦବୀ ଖାଲି ପଡିଛି

ଓଡିଶା ଆଦର୍ଶ ବିଦ୍ୟାଳୟରେ ୩୦୩୭ ଶିକ୍ଷକ ପଦବୀ ଖାଲି ପଡିଛି

ଭୁବନେଶ୍ୱର: ଓଡିଶା ଆଦର୍ଶ ବିଦ୍ୟାଳୟରେ ୩୦୩୭ଟି ପଦବୀ ଖାଲି ପଡିଛି । ସେହିଭଳି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ୧୩୭୫ଟି ସ୍ନତକୋତ୍ତର ଶିକ୍ଷକ ପଦବୀ ଖାଲି ଅଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ୧୩୭୫ଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଏହି ବର୍ଗର ୧୦୬୧ଟି ପଦବୀ ଖାଲି ଅଛି । ସେହିଭଳି ସରକାରୀ ମାଧ୍ୟମିକ ବିଦ୍ୟାଳୟ ୨୭୯୮ଟି ପଦବୀ ଖାଲି ଥିବାବେଳେ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟରେ ୨୪୧୫ଟି ଶିକ୍ଷକ ପଦବୀ ଖାଲି ପଡିଛି । ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି ଯେ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡିକରେ ପ୍ରତ୍ୟକ୍ଷ ନିଯୁକ୍ତି ସ୍ତରରେ ୩୦,୫୪୦ ଅତିରିକ୍ତ ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ସେହିଭଳି ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟରେ ୨୭୪ ଟି ଶିକ୍ଷକ ପଦବୀ ଖାଲି ପଡିଛି । ଆଦର୍ଶ ବିଦ୍ୟାଳୟରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩୦୩୭ଟି ପଦବୀ ଖାଲି ପଡିଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking