22.1 C
Bhubaneswar
Sunday, February 15, 2026
Homeଓଡିଶାହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ମାଈ ହାତୀ ମୃତ

ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ମାଈ ହାତୀ ମୃତ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଚନ୍ଦକାର ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି।୭ ବର୍ଷର ଛୁଆହାତୀ ‘ମାମା’ର ମୃତ୍ୟୁ ଘଟିଛି।୨୦୧୭ରେ ଗୋଠଛଡ଼ା ‘ମାମା’କୁ ପ୍ରଶିକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା। ହାର୍ପିସ୍ ଭୂତାଣୁ ଆକ୍ରାନ୍ତରେ ତାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପୋଷ୍ଟମର୍ଟମ ପରେ କାରଣ ଜଣାପଡ଼ିବ ବୋଲି ଡିଏଫଓ କହିଛନ୍ତି। ପ୍ରଶିକ୍ଷଣ କେନ୍ଦ୍ରରେ ଥିବା ଆଉ ୩ ହାତୀ ମଧ୍ୟ ହାର୍ପିସରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଥିବା ଚନ୍ଦକା ଡିଏଫଓ କହିଛନ୍ତି।୨୦୧୭ରେ ଖୋର୍ଦ୍ଧା ଟାଙ୍ଗୀ ଜଙ୍ଗଲରେ ଛୁଆହାତୀ ମାମାର ଜନ୍ମ ହୋଇଥିଲା। ମାତ୍ର ୬ ମାସ ପରେ ସେ ମାଆ ଠାରୁ ଅଲଗା ହୋଇଯାଇଥିଲା। ପରେ ତାକୁ ନନ୍ଦନକାନନଅଣାଯାଇଥିଲା। ପରେ ନନ୍ଦନ କାନନରୁ ମାମାକୁ ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ର ନିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking