31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳାବାଦଲ; ୪୮ ଘଣ୍ଟିଆ ଜରୁରୀ ପରିସ୍ଥିତି ଘୋଷଣା ନେତାନ୍ୟାହୁ ସରକାର

ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳାବାଦଲ; ୪୮ ଘଣ୍ଟିଆ ଜରୁରୀ ପରିସ୍ଥିତି ଘୋଷଣା ନେତାନ୍ୟାହୁ ସରକାର

ଜେରୁଜେଲମ୍‌: ଲେବାନନ୍ ସ୍ଥିତ ମିଲଟାଣ୍ଟ ଗ୍ରୁପ୍ (ଉଗ୍ରବାଦୀ ସଂଗଠନ) ହିଜବୁଲ୍ଲାହ୍ ଏବଂ ଇସ୍ରାଏଲ୍ ସେନା ପକ୍ଷରୁ ବେଶ୍ କିଛି ଦିନ ଧରି ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଛି । ତେବେ ଏସବୁ ସାମୟିକ ଅନ୍ତରାଳରେ ହୋଇଆସୁଥିଲା । କିନ୍ତୁ ରବିବାର ବିଳମ୍ବିତ ରାତିରୁ ଉଭୟ ପକ୍ଷ ମଧ୍ୟରେ ଆମ୍ନାସାମ୍ନା ଯୁଦ୍ଧ ଆରମ୍ଭ ହୋଇଯାଇଛି । ରିପୋର୍ଟ ଅନୁସାରେ କିଛି ଦିନ ପୂର୍ବେ ହିଜବୁଲ୍ଲାହ ଉଗ୍ରବାଦୀ ସଂଗଠନ ପକ୍ଷରୁ କରାଯାଇଥିବା ଆକ୍ରମଣର ଜବାବ ଦେବାକୁ ଯାଇ ଆଜି ଇସ୍ରାଏଲ୍ ପକ୍ଷରୁ ଲେବାନନ୍ ଭୂମିରେ ଏୟାର ଷ୍ଟ୍ରାଇକ୍ କରାଯାଇଥିବା ବେଳେ ହିଜବୁଲ୍ଲାହ ମଧ୍ୟ ଏହାର ଦୃଢ଼ ଜବାବ ଦେଇଥିବା ଜାଣିବାକୁ ମିଳିଛି ।

ଅଲ୍ ଜଜିରା ରିପୋର୍ଟ ଅନୁସାରେ ଇସ୍ରାଏଲ୍ ସେନା ପକ୍ଷରୁ ଆଜି ଲେବାନନ୍‌ବାସୀଙ୍କ ଉଦ୍ଦେଶ୍ୟରେ ଆକ୍ରମଣଜନିତ ସତର୍କ ସୂଚନା ଦିଆଯାଇଥିଲା । ଏହାର କିଛି ସମୟ ପରେ ଇସ୍ରାଏଲ୍ ଡିଫେନ୍ସ ୟୁନିଟ୍ ଲେବାନନ୍ ଅଞ୍ଚଳରେ ପ୍ରାୟ ୧୦୦ଟି ରକେଟ୍ ମାଡ଼ କରିଥିଲା । ଏତଦ୍‌ବ୍ୟତୀତ ଲେବାନନ୍‌ରେ ଆଡ୍ଡା ଜମାଇଥିବା ଇରାନ୍ ସମର୍ôଥତ ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲାହ ଉଗ୍ରବାଦୀଙ୍କୁ ଟାର୍ଗେଟ୍ ପୂର୍ବକ ଏୟାରଷ୍ଟ୍ରାଇକ୍ ମଧ୍ୟ କରାଯାଇଥିଲା । ଏହାର ଜବାବରେ ହିଜବୁଲ୍ଲାହ ପକ୍ଷରୁ ମଧ୍ୟ ଇସ୍ରାଏଲ ସେନାର ପ୍ରମୁଖ ଅଞ୍ଚଳକୁ ଟାର୍ଗେଟ୍ କରାଯାଇ ପ୍ରାୟ ୩୦୦ କାତ୍ୟୁସ୍ ରକେଟ୍ ମାଡ଼ କରାଯାଇଛି । ହିଜବୁଲ୍ଲାହର ଏପ୍ରକାର ଆକ୍ରମଣକୁ ପ୍ରତିହତ କରିବାକୁ ଯାଇ ଇସ୍ରାଏଲ ବାୟୁସେନା ପକ୍ଷରୁ ଆଣ୍ଟି ମିସାଇଲ୍ ସିଷ୍ଟମ୍‌ର ପ୍ରୟୋଗ କରାଯାଇଥିଲା । ହିିଜବୁଲ୍ଲାହ ପକ୍ଷରୁ ମାଡ କରାଯାଇଥିବା ମିସାଇଲ୍‌ଗୁୂଡ଼ିକୁ ଆକାଶମାର୍ଗରେ ହିଁ ବିଫଳ କରିଦେଇଛି ଇସ୍ରାଏଲ୍ ସେନା । ଏତଦ୍‌ବ୍ୟତୀତ ୧୦୦ରୁ ଅଧିକ ଇସ୍ରାଏଲୀୟ ଯୁଦ୍ଧ ବିମାନ ଆକାଶମାର୍ଗରୁ ହିଜବୁଲ୍ଲାହର ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ରକେଟ୍ ଲଞ୍ଚରଗୁଡ଼ିକୁ ହିଁ ଧ୍ୱଂସ କରିଦେଇଛନ୍ତି । ଉତ୍ତର ଏବଂ କେନ୍ଦ୍ର ଇସ୍ରାଏଲ୍‌କୁ ଟାର୍ଗେଟ୍ କରିବା ଲକ୍ଷ୍ୟରେ ଏସବୁ ରକେଟ୍ ଲଞ୍ଚରଗୁଡ଼ିକୁ ହିଜ୍‌ବୁଲ୍ଲାହ ମୁତୟନ କରିଥିଲା । ଇସ୍ରାଏଲର ଏହି ଏୟାରଷ୍ଟ୍ରାଇକ୍‌ରେ କିଛି ହିଜବୁଲ୍ଳାହ ସଦସ୍ୟ ନିହତ ହୋଇଥିବା ବେଳେ ଆକ୍ରମଣସ୍ଥଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନ୍ୟପକ୍ଷେ ଆକ୍ରମଣ ଉଦ୍ଦେଶ୍ୟରେ ଲେବାନନ୍ ସୀମାରେ ପ୍ରବେଶ କରିଥିବା ଇସ୍ରାଏଲ୍ ଡ୍ରୋନ୍‌ଗୁଡ଼ିକୁ ହିଜବୁଲ୍ଲାହ ଉଗ୍ରବାଦୀମାନେ ନଷ୍ଟ କରିଦେଇଥିବା ଜଣାପଡିଛି ।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ହିଜବୁଲ୍ଲାହ ପକ୍ଷରୁ ପ୍ରଥମେ ଇସ୍ରାଏଲ୍ ମିଲିଟାରୀ ବେସ୍ ଅଞ୍ଚଳରେ ରକେଟ୍ ମାଡ଼ କରାଯାଇଥିଲା । ଏହାପରେ ଇସ୍ରାଏଲ ସେନା ଦକ୍ଷିଣ ଲେବାନନ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା । ଏହି ଅଞ୍ଚଳରୁ ଆତଙ୍କବାଦ କାର୍ଯ୍ୟକଳାପ ବିସ୍ତାର କରୁଥିବା ହିଜବୁଲ୍ଲାହର ପ୍ରାୟ ୧୦୦୦ ସଂଖ୍ୟକ ରକେଟ୍ ଲଞ୍ଚରକୁ ଇସ୍ରାଏଲର ବାୟୁସେନା ଏୟାରଷ୍ଟ୍ରାଇକ୍ କରି ଧ୍ୱଂସ କରିଦେଇଛନ୍ତି । ତେବେ ହିଜବୁଲ୍ଲାହ ପକ୍ଷରୁ ପୁନଃ ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ସେନା ଏବେ ନିଜ ପୋଜିସନ୍‌କୁ ଫେରିଛନ୍ତି । ସୀମାନ୍ତ ବର୍ତ୍ତୀ ଅଞ୍ଚଳରୁ ସାଧାରଣ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି । ଅନ୍ୟ ଏକ ରିପୋର୍ଟ ଅନୁସାରେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟେବ୍ ଗାଲାଣ୍ଟ ସମଗ୍ର ଦେଶରେ ୨ ଦିନିଆ (୪୮ ଘଣ୍ଟିଆ) ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି । ଏସବୁ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ତୁରନ୍ତ କ୍ୟାବିନେଟ୍ ମିଟିଂ ଡାକିଛନ୍ତି । ଏହି ଆକ୍ରମଣ ପରେ ତେଲ୍ ଆବୀବ ନିକଟରେ ଥିବା ବେନ୍ ଗୁରିୟନ ଏୟାର ବେସ୍‌କୁ ଅସ୍ଥାୟୀ ଭାବେ ସସ୍‌ପେଣ୍ଡ କରାଯାଇଛି । ଏହା ସହିତ ଉତ୍ତର ଇସ୍ରାଏଲରେ ରକେଟ୍ ସାଇରନ୍ ବଜାଇ ଦିଆଯାଇଛି । ଇସ୍ରାଏଲର ଜରୁରୀକାଳୀନ ସେବାକୁ ଆକ୍ଟିଭେଟ୍ କରାଯାଇଛି । ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ସେବା ଆଲର୍ଟ ମୋଡ୍‌ରେ ରଖାଯାଇଛି । ସାରା ଦେଶରେ ଏବେ ହାଇ-ଆଲର୍ଟ ଜାରି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking