25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶବାହାରିଲା ନିଟ୍‌ ପିଜି ରେଜଲ୍ଟ

ବାହାରିଲା ନିଟ୍‌ ପିଜି ରେଜଲ୍ଟ

ନୂଆଦିଲ୍ଲୀ : ନେସନାଲ ବୋର୍ଡ ଅଫ ଏକ୍‌ଜାମିନେସନ୍‌ସ ଇନ ମେଡିକାଲ ସାଇନ୍‌ସେସ୍‌ (ଏନବିଇଏମଏସ) ପକ୍ଷରୁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା(ନିଟ୍‌) ପିଜି (ସ୍ନାତକୋତ୍ତର) ଫଳାଫଳ ଶନିବାର ପ୍ରକାଶ ପାଇଛି। ବୋର୍ଡର ଓ୍ବେବସାଇଟ natboard.edu.in କୁ ଯାଇ ଛାତ୍ରଛାତ୍ରୀମାନେ ଫଳାଫଳ ଯାଞ୍ଚ କରିପାରିବେ। ଏମଡି/ଏମଏସ/ଡିଏନବି/ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଗତ ୧୧ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଆୟୋଜନ କରାଯାଇଥିଲା। ନାମଲେଖା ପାଇଁ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ଲାଗି ସର୍ବନିମ୍ନ କ୍ଵାଲିଫାଇଂ ମାର୍କ ଘୋଷଣା କରାଯାଇଛି। ସାଧାରଣ ବର୍ଗ(ଇଡବ୍ଲ୍ୟୁଏସ) ପାଇଁ ୫୦ ପର୍ସେଣ୍ଟାଇଲ ଧାର୍ଯ୍ୟ କରାଯାଇଥିବାବେଳେ ସାଧାରଣ ବର୍ଗ(ପିଡବ୍ଲ୍ୟୁବିଡି) ପାଇଁ ୪୫ ଏବଂ ଅନୁସୂଚିତ ଜାତି/ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଲାଗି ୪୦ ପର୍ସେଣ୍ଟାଇଲ ଧାର୍ଯ୍ୟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking