25.9 C
Bhubaneswar
Tuesday, April 7, 2026
Homeଦେଶ ବିଦେଶନେପାଳରେ ନଦୀକୁ ଭାରତୀୟ ବସ ଖସିବା ଘଟଣା ; ୨୭ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ନେପାଳରେ ନଦୀକୁ ଭାରତୀୟ ବସ ଖସିବା ଘଟଣା ; ୨୭ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

କାଠମାଣ୍ଡୁ : ଭାରତର ଏକ ଯାତ୍ରୀବାହୀ ବସ୍‌ ଶୁକ୍ରବାର ନେପାଳର ମତ୍ସ୍ୟଙ୍ଗଡି ନଦୀଗର୍ଭକୁ ଖସିପଡିବାରୁ ୨୭ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ଉତ୍ତର ପ୍ରଦେଶ ରେଜିଷ୍ଟ୍ରେସନ ନମ୍ବର ଥିବା ଉକ୍ତ ବସ୍‌ଟି ୪୩ ଜଣ ଯାତ୍ରୀଙ୍କୁ ନେଇ ପୋଖରାରୁ ରାଜଧାନୀ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା। ତେବେ କାଠମାଣ୍ଡୁଠାରୁ ୧୧୦ କିମି ଦୂର ତାନାହୁନ ଜିଲାରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହା ନଦୀଗର୍ଭକୁ ଖସିପଡିଥିଲା। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତମାନେ ମହାରାଷ୍ଟ୍ରର ଜଲଗାଓଁ ଜିଲା ବାସିନ୍ଦା ବୋଲି ଜଣାପଡିଛି। ଆଜକୁ ଦୁଇଦିନ ପୂର୍ବେ ମହାରାଷ୍ଟ୍ରରୁ ୧୦୪ ଜଣ ଶ୍ରଦ୍ଧାଳୁ ୩ଟି ବସ୍‌ରେ ନେପାଳ ଯାତ୍ରା କରିଥିବାବେଳେ ଗୋଟିଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୃତଦେହ ଏବଂ ଆହତ ବ୍ୟକ୍ତିଙ୍କୁ ମହାରାଷ୍ଟ୍ର ଫେରାଇ ଆଣିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking