25.1 C
Bhubaneswar
Thursday, March 5, 2026
Homeଦେଶ ବିଦେଶଓଡ଼ିଆ ପୁଅଙ୍କୁ ମିଳିଲା ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର

ଓଡ଼ିଆ ପୁଅଙ୍କୁ ମିଳିଲା ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର

ଆଦିଲ୍ଲୀ : ମହାକାଶ ବୈଜ୍ଞାନିକ ଡଃ ଦିଗେନ୍ଦ୍ରନାଥ ସ୍ୱାଇଁଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜ୍ଞାନ ଯୁବ-ଶାନ୍ତି ସ୍ୱରୂପ ଭଟ୍ଟନାଗର ପ୍ରଦାନ କରିଛନ୍ତି। ଚଳିତ ବର୍ଷ ବିଜ୍ଞାନ ଓ ବିଜ୍ଞାନ ସମ୍ପର୍କିତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ରାଷ୍ଟ୍ରପତି ଭବନରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପ୍ରଦାନ କରିଛନ୍ତି। ୩୩ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାରର ପ୍ରଥମ ସଂସ୍କରଣରେ ବିଜ୍ଞାନ ରତ୍ନ, ବିଜ୍ଞାନ ଶ୍ରୀ, ବିଜ୍ଞାନ ଯୁବ ଏବଂ ବିଜ୍ଞାନ ଦଳ ଭଳି ୪ଟି ବର୍ଗରେ ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ୩୩ଟି ପୁରସ୍କାର ପ୍ରଦାନ କରାଯାଇଛି। ବିଜ୍ଞାନ ଯୁବ ଶାନ୍ତି ସ୍ୱରୂପ ଭଟ୍ଟନାଗରରେ ଡଃ ଦିଗେନ୍ଦ୍ରନାଥ ସ୍ୱାଇଁଙ୍କୁ ପୁରସ୍କୃତ କରାଯାଇଛି। ଭାରତ ମହାସାଗରର ଉଷ୍ମତା ଏବଂ ଏହାର ପରିଣାମ ଉପରେ ଅଧ୍ୟୟନ ଓ ସ୍ୱଦେଶୀ ୫ଜି ବେସ୍ ଷ୍ଟେସନର ବିକାଶ ଏବଂ କ୍ୱାଣ୍ଟମ୍ ମେକାନିକ୍ସର ଯୋଗାଯୋଗ ଏବଂ ସଠିକ୍ ପରୀକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୮ ଜଣ ବୈଜ୍ଞାନିକଙ୍କୁ ବିଜ୍ଞାନ ଯୁବ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking