16.1 C
Bhubaneswar
Saturday, December 13, 2025
Homeଓଡିଶାଆସିଲା ପଶ୍ଚିମବଙ୍ଗ ଆଳୁ ଗାଡି

ଆସିଲା ପଶ୍ଚିମବଙ୍ଗ ଆଳୁ ଗାଡି

ଭୁବନେଶ୍ବର : ପଶ୍ଚିମବଙ୍ଗ ଆଳୁକୁ ନେଇ ଗତକିଛି ଦିନ ହେଲା ଲାଗି ରହିଥିବା ଅଚଳାବସ୍ଥା ଦୂର ହେବାକୁ ଯାଉଛି। କାରଣ ଯେଉଁ ବ୍ୟାରିକେଡ କରି ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକକୁ ଅଟକାଇଥିଲେ ଏବେ ତାହା ଖୋଲି ଦିଆଯାଇଛି। ଫଳରେ ଓଡ଼ିଶାକୁ ପଶ୍ଚିମବଙ୍ଗର ଆଳୁ ଟ୍ରକ ପ୍ରବେଶ କରିଛି ।ପଶ୍ଚିମବଙ୍ଗ ସରକାରଙ୍କ ସହିତ ବ୍ୟବସାୟୀଙ୍କ ଆଲୋଚନା ସଫଳ ହେବା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ଅଟକି ରହିଥିବା ଆଳୁ ଟ୍ରକ ଓଡ଼ିଶା ଆସିଛି।ପଶ୍ଚିମବଙ୍ଗ ସୀମାନ୍ତ ସୋନାକଣିଆ ନିକଟରେ ଥିବା ପଶ୍ଚିମବଙ୍ଗର ନାକା ପଏଣ୍ଟକୁ ବି ହଟାଇ ଦିଆଯାଇଛି। ଏହା ଦ୍ବାରା ଲକ୍ଷ୍ମଣନାଥ ଚେକପୋଷ୍ଟ ଦେଇ ଓଡିଶାକୁ ବହୁ ସଂଖ୍ୟାରେ ଆଳୁ ଗାଡ଼ି ପ୍ରବେଶ କରିଛି। ଗତକାଲି ପଶ୍ଚିମବଙ୍ଗ ସରକାର ଓ ଆଳୁ ବ୍ୟବସାୟୀଙ୍କ ସହିତ ବୈଠକ ବସିଥିଲା। ଏହାପରେ ଓଡ଼ିଶାକୁ ପଶ୍ଚିମବଙ୍ଗର ଆଳୁ ଟ୍ରକ ପ୍ରବେଶ କରିଛି । ଏହାସହ ଆଗକୁ ଓଡ଼ିଶାରେ ଆଳୁ ଦର କମିବ ଏବଂ ସ୍ଥିତି ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking