23.1 C
Bhubaneswar
Tuesday, February 3, 2026
Homeଅପରାଧଛାତ୍ରୀଙ୍କୁ ପର୍ଣ୍ଣ ଭିଡିଓ ଦେଖାଇ ଶିକ୍ଷକଙ୍କ ଅସଦାଚରଣ

ଛାତ୍ରୀଙ୍କୁ ପର୍ଣ୍ଣ ଭିଡିଓ ଦେଖାଇ ଶିକ୍ଷକଙ୍କ ଅସଦାଚରଣ

ମହାରାଷ୍ଟ୍ରର : ମହାରାଷ୍ଟ୍ରର ଓକୋଲାରେ ଏକ ସରକାରୀ ସ୍କୁଲର ଶିକ୍ଷକ ଛାତ୍ରୀଙ୍କୁ ପର୍ଣ୍ଣ ଭିଡିଓ ଦେଖାଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଓକୋଲା ଜିଲ୍ଲା କାଜିଖେଡର ଏକ ସରକାରୀ ବିଦ୍ୟାଳୟରେ ଏଭଳି କିଛି ଘଟଣା ଘଟିଛି। ଏଠାରେ ଜଣେ ୪୭ ବର୍ଷୀୟ ଶିକ୍ଷକ ଚାରି ମାସ ଧରି ସ୍କୁଲର ୬ ଜଣ ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଥିଲେ। ସେ ଛାତ୍ରୀମାନଙ୍କୁ ଭିଡିଓ ଦେଖିବାକୁ ବାଧ୍ୟ କରି ତାଙ୍କୁ ହଇରାଣ କରୁଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ଛାତ୍ରୀମାନେ ଶିଶୁ କଲ୍ୟାଣ କମିଟିର ଟୋଲ୍ ଫ୍ରି ନମ୍ବରକୁ ଫୋନ କରି ଅଭିଯୋଗ କରିଥିଲେ।ଏହାପରେ ଅଭିଯୋଗ ପାଇ ମଙ୍ଗଳବାର ସକାଳେ ଶିଶୁ କଲ୍ୟାଣ କମିଟିର ଏକ ଟିମ୍‌ ସ୍କୁଲରେ ପହଞ୍ଚିଥିଲା। ପୀଡିତା ଛାତ୍ରୀଙ୍କ ସହ କଥା ହେବା ପରେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ଶିକ୍ଷକକୁ ପୁଲିସ ଜେରା କରିବା ପରେ ତାଙ୍କୁ ଗିରଫ କରିଛି। ମାମଲାର ତଦନ୍ତ ଜାରି ରହିଛି। ସେପଟେ ଏହି ମାମଲାରେ ରାଜ୍ୟ ମହିଳା ଆୟୋଗର ପୂର୍ବତନ ସଦସ୍ୟ ଆଶା ମିର୍ଗ ମଧ୍ୟ ଶିକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking