27.1 C
Bhubaneswar
Wednesday, December 10, 2025
Homeଦେଶ ବିଦେଶଗାଜା ଉପରେ ପୁଣି ଇସ୍ରାଏଲର ଆକ୍ରମଣ, ୧୯ ମୃତ

ଗାଜା ଉପରେ ପୁଣି ଇସ୍ରାଏଲର ଆକ୍ରମଣ, ୧୯ ମୃତ

ଗାଜା: ଇସ୍ରାଏଲ ପକ୍ଷରୁ ପୁଣି ଥରେ ଗାଜା ଉପରେ ବଡ଼ ଧରଣର ଆକ୍ରମଣ ହୋଇଛି । ରବିବାର ସକାଳ ସମୟରେ ଗାଜା ଷ୍ଟ୍ରିପ୍‌ର ପୃଥକ୍ ପୃଥକ୍ ଅଞ୍ଚଳରେ କରାଯାଇଥିବା ଆକ୍ରମଣରେ ୬ ଶିଶୁଙ୍କ ସମେତ ମୋଟ୍ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟ ଇସ୍ରାଏଲ୍ ବାୟୁସେନାର ଗାଜା ଷ୍ଟ୍ରିପ୍‌ରେ ଏହା ୨ୟ ବୋମାବର୍ଷୀ ଆକ୍ରମଣ ହୋଇଥିବା ବେଳେ ମୋଟ୍ ୩୪ଜଣ ପ୍ରାଣ ହରାଇଥିବା ଗାଜା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ରବିବାର ସକାଳେ ଗାଜାର ଅଲ-ବାଲାହ ପ୍ରାନ୍ତରେ ଥିବା ଏକ ଘର ଉପରେ ବୋମା ମାଡ଼ ହୋଇଥିବା ବେଳେ ଜଣେ ମହିଳା ଏବଂ ତାଙ୍କ ୬ ସନ୍ତାନ ପ୍ରାଣ ହରାଇଛନ୍ତି ।

ସେହିପରି ଉତ୍ତର ଜବାଲିଆ ସହରରେ ଏକ ଆବାସିକ କୋଠାରେ ଥିବା ଦୁଇଟି ଆପାର୍ଟମେଣ୍ଟ ଉପରେ ହୋଇଥିବା ଆକ୍ରମଣ ଏବଂ ମଧ୍ୟ ଗାଜାରେ ହୋଇଥିବା ଆକ୍ରମଣରେ ମୋଟ୍ ୧୯ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି । ଅନ୍ୟପକ୍ଷେ ଗାଜା ଉପରେ ଇସ୍ରାଏଲର ଏଭଳି ବାରମ୍ବାର ଆକ୍ରମଣରେ ଆମେରିକା ମଧ୍ୟ ଚିନ୍ତା ପ୍ରକାଶ କରିଛି ।

ଏଭଳି ସ୍ଥିତିରେ ଯଥାଶୀଘ୍ର ଅସ୍ତ୍ରବିରତି ପାଇଁ ଆମେରିକା ଦାବି କରିଛି । ଦୀର୍ଘ ମାସର ଜଟିଳ ଆଲୋଚନା ପରେ ଅସ୍ତ୍ରବିରତି ଚୁକ୍ତିରେ ପହଞ୍ଚିବା ଲକ୍ଷ୍ୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ଆଜି ମଧ୍ୟପ୍ରାଚ୍ୟ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରକାଶ ଗତ ୧୦ ମାସ ଧରି ହମାସ ଉଗ୍ରବାଦୀ ସଂଗଠନ ଏବଂ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଗାଜା ଷ୍ଟ୍ରିପ୍ ଏବଂ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୪୦ହଜାର ନୀରିହ ଜନସାଧାରଣ ଲୋକ ପ୍ରାଣ ହରାଇସାରିଲେଣି । ସେହିପରି ଲକ୍ଷାଧିକ ଲୋକ ଜୀବନ ବିକଳରେ ଅନ୍ୟତ୍ର ବିସ୍ଥାପିତ ହୋଇ ଆଶ୍ରୟ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking