32.1 C
Bhubaneswar
Thursday, March 26, 2026
Homeଓଡିଶାବଜ୍ରାଘାତରେ ଜଣେ ମୃତ, ୪ ଆହତ

ବଜ୍ରାଘାତରେ ଜଣେ ମୃତ, ୪ ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ୱାଦା ଗାଁରେ ଆଜି ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏମାନେ ହେଉଛନ୍ତି ଗୋଟିଏ ପରିବାରର। ମୃତକଙ୍କ ନାଁ ହରିଶ ମଳିକ। ଗୁରୁତର ଆହତମାନେ ହେଉଛନ୍ତି ସୁଭଦ୍ରା ମଳିକ, ମତାଜୀ ମଳିକ, ଭାଗ୍ୟଲକ୍ଷ୍ମୀ ମଳିକ ଓ ଜ୍ୟୋତିପ୍ରିୟା ମଳିକ।

ଏହି ୪ ଜଣ ମହିଳାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏମାନେ ବିଲକୁ କାମ କରିବାକୁ ଯାଇଥିଲେ। ବର୍ଷା ସହିତ ଘଡ଼ଘଡ଼ି ହେବାରୁ ସମସ୍ତେ ଗୋଟିଏ ଜାଗାରେ ବସିଥିଲେ। ସେହି ସମୟରେ ବଜ୍ରପାତ ହୋଇଥିଲା। ଏଥିରେ ସମସ୍ତେ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାରର ଅନ୍ୟ ସଦସ୍ୟମାନେ ସେମାନଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ହରିଶ ମଳିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking