25.9 C
Bhubaneswar
Monday, April 6, 2026
Homeଦେଶ ବିଦେଶପୁଣି ଭୁଶୁଡିଲା ଭାଗଲପୁର-ସୁଲତାନଗଞ୍ଜ ନିର୍ମାଣାଧୀନ ବ୍ରିଜ

ପୁଣି ଭୁଶୁଡିଲା ଭାଗଲପୁର-ସୁଲତାନଗଞ୍ଜ ନିର୍ମାଣାଧୀନ ବ୍ରିଜ

ବିହାର : ବିହାରରେ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହି ଆସିଥିବା ଭାଗଲପୁର-ସୁଲତାନଗଞ୍ଜ ଆଗଓ୍ବାନି ବ୍ରିଜ୍‌ ଭଶୁଡ଼ି ପଡ଼ିଛି। ଗଙ୍ଗା ନଦୀରେ ନିର୍ମାଣାଧୀନ ୪ ଲେନ୍‌ ବିଶିଷ୍ଟ ଏହି ବ୍ରିଜ୍‌ ଶନିବାର ତୃତୀୟ ଥର ପାଇଁ ଭୁଶୁଡ଼ି ପଡ଼ିଛି। ସୁଲତାନଞ୍ଜରୁ ଆଗଓ୍ବାନି ଘାଟ ପର୍ଯ୍ୟନ୍ତ ନଅରୁ ଦଶ ନମ୍ବର ପିଲାର୍‌ ମଧ୍ୟରେ ଥିବା ଅଂଶ ଗଙ୍ଗା ନଦୀରେ ଖସିପଡ଼ିଛି। ଏସ୍‌ପି ସିଙ୍ଗଲା କମ୍ପାନୀ ଏହି ମହାସେତୁ ନିର୍ମାଣକରୁଛି। ଖାଗରିଆ ଏବଂ ଭାଗଲପୁର ଜିଲାକୁ ସଂଯୋଗ କରିବା ପାଇଁ ଭାଗଲପୁର ଜିଲାର ସୁଲତାନଞ୍ଜରେ ଏହି ବ୍ରିଜ୍‌ ନିର୍ମାଣ କରାଯାଉଛି। ଏହାପୂର୍ବରୁ ୪ ଜୁନ୍‌ ୨୦୨୩ରେ ସୁଲତାନଗଞ୍ଜ-ଆଗଓ୍ବାନି ବ୍ରିଜ୍‌ ଗଙ୍ଗା ନଦୀରେ ପଡ଼ିଥିଲା। ନିର୍ମାଣାଧୀନ ବ୍ରିଜ୍‌ର ଗଠନ ଯୋଗୁ ଏହା ପଡ଼ିଯାଇଥିଲା। ଏହି ସମୟରେ ବ୍ରିଜ ଉପରେ ଡ୍ୟୁଟିରେ ଥିବା ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ନିଖୋଜ ହୋଇଯାଇଥିଲେ। ସେହି ସମୟରେ ବ୍ରିଜ୍‌ଟି ପ୍ରାୟ ୨୦୦ ମିଟିର ପର୍ଯ୍ୟନ୍ତ ଖସିପଡ଼ିଥିଲା। ଏହାପୂର୍ବରୁ ୨୭ ଏପ୍ରିଲ ୨୦୨୨ରେ ମଧ୍ୟ ବ୍ରିଜ୍‌ଟି ଖସିପଡ଼ିଥିଲା ପ୍ରବଳ ଝଡ଼ ଓ ବର୍ଷା ହେତୁ ପ୍ରାୟ ୧୦୦ ଫୁଟ ଲମ୍ବର ଅଂଶ ନଦୀରେ ପଡ଼ିଯାଇଥିଲା। ତେବେ ସେହି ସମୟରେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନ ଥିଲା। ଏହା ପରେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହେଲା। ଏଥର ଏହି ମହାସେତୁର ପ୍ରାୟ ୮୦ ପ୍ରତିଶତ କାର୍ଯ୍ୟ ସମାପ୍ତ ହୋଇସାରିଥିଲା। ଠିକ୍‌ ଏହି ସମୟରେ ମଧ୍ୟ ଏହା ଭୁଶୁଡ଼ି ପଡ଼ିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking