30 C
Bhubaneswar
Wednesday, June 10, 2026
Homeଓଡିଶାପି ଅନ୍ୱେଷା ରେଡ୍ଡୀ,ଆ ଇ ଏସ,ଯାଜପୁର ନୂତନ ଜିଲ୍ଲାପାଳ

ପି ଅନ୍ୱେଷା ରେଡ୍ଡୀ,ଆ ଇ ଏସ,ଯାଜପୁର ନୂତନ ଜିଲ୍ଲାପାଳ

ଯାଜପୁର : ସୋମବାର ଯାଜପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ପି ଅନ୍ୱେଷା ରେଡ୍ଡୀ,ଆ ଇ ଏସ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ,ଆ ଇ ଏସ ଙ୍କ ଠାରୁ ଅପରାହ୍ନରେ କାର୍ଯ୍ୟ ଭାର ଗ୍ରହଣ କରି ଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ସୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ନ ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ଡେପୁଟୀ କଲେକ୍ଟର, ସଂସ୍ଥା ଶ୍ରୀମତୀ ସୋନମ୍ ଦାସ, ଡେପୁଟୀ କଲେକ୍ଟର, ଶାଶ୍ଵତୀ ସାଡୁଆଲ, ଜିଲ୍ଲାପାଳଙ୍କ ସ୍ବତନ୍ତ୍ର ଅଧିକାରୀ ଶ୍ରୀ କୁଳମଣି ନାୟକ,ଜିଲ୍ଲା କାର୍ଯ୍ୟାଳୟ ଷ୍ଟାଫ୍ କମିଟି ସଭାପତି,ସମ୍ପାଦକ, ବିଭିନ୍ନ ବିଭାଗର ଅଧିକାରୀ କର୍ମଚାରୀ ସମସ୍ତେ ନୂତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି ଅନ୍ୱେଷା ରେଡ୍ଡୀ ଙ୍କୁ ସ୍ଵାଗତ ଜଣାଇବା ସହ ପୂର୍ବତନ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଙ୍କୁ ବିଦାୟ କାଳୀନ ସମ୍ବର୍ଧନା ପୂର୍ବକ ଯାଜପୁର ଜିଲ୍ଲାର ଆରାଧ୍ୟା ଦେବୀ ମା ବିରଜା ଙ୍କ ଫଟୋ ଚିତ୍ର ପ୍ରଦାନ କରି ମାଁ ଙ୍କ ନିକଟରେ ତାଙ୍କର ଉତ୍ତୋରତ୍ତୋର ଉନ୍ନତି କାମନା କରିଥିଲେ।ନୂତନ ଜିଲ୍ଲା ପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି ଅନ୍ୱେଷା ରେଡ୍ଡୀ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ,ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ ବିଭାଗୀୟ କାର୍ଯ୍ୟକ୍ରମ ଓ ଯୋଜନାର ସଫଳ ରୂପାୟନ ତଥା ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହ ସରକାରଙ୍କ ନିୟମ ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ।ସେହିପରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସବିତା ଚ୍ୟାଉ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶରତ ଚନ୍ଦ୍ର ବେହେରା କେତେକ ବିଭାଗୀୟ କାର୍ଯ୍ୟକ୍ରମର ରୂପାୟନ ଦିଗରେ ଜିଲ୍ଲା ପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସେଗୁଡିକର ତୁରନ୍ତ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ମଧ୍ୟ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking