19.1 C
Bhubaneswar
Thursday, December 25, 2025
Homeଅପରାଧଦେଖା କରିବାକୁ ଡାକି ନାବାଳିକାଙ୍କୁ ଗଣଦୁଷ୍କର୍ମ କଲା ସୋସିଆଲ ମିଡିଆ ଫ୍ରେଣ୍ଡ

ଦେଖା କରିବାକୁ ଡାକି ନାବାଳିକାଙ୍କୁ ଗଣଦୁଷ୍କର୍ମ କଲା ସୋସିଆଲ ମିଡିଆ ଫ୍ରେଣ୍ଡ

ରାୟପୁର: ଧୋକ୍କା ଦେଲା ସୋସିଆଲ ମିଡିଆ ସାଙ୍ଗ । ଦେଖା କରିବାକୁ ଡକାଇ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲା । ଘଟଣାଟି ଛତିଶଗଡ଼ର । ୧୫ ଦିନ ତଳେ ସୋସିଆଲ ମିଡିଆରେ ଅଭିଯୁକ୍ତ ସହ ପୀଡିତା ନାବାଳିକାଙ୍କ ବନ୍ଧୁତା ହୋଇଥିଲା କଥାବାର୍ତ୍ତା ବଢିବା ପରେ ଏହି ଯୁବକର ପ୍ରେମ ଜାଲରେ ଫସିଯାଇଥିଲେ ନାବାଳିକା ।

ଏହାପରେ ଯୁବକଜଣକ ବାରମ୍ବାର ନାବାଳିକାଙ୍କୁ ଦେଖା କରିବାକୁ ଡକାଇଲା । କିଛି ନ ଭାବି ନ ବୁଝି ପ୍ରେମିକକୁ ଦେଖାକରିବାକୁ ଚାଲିଯାଇଥିଲେ ନାବାଳିକା । ଯୁବକ ଝିଅଟିକୁ ବୁଲାଇ ନେବାକୁ କହି ନିଜ ସାଙ୍ଗ ସହ ମିଶି ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା । ସେଠାରେ ଦୁଇ ସାଙ୍ଗ ମିଶି ନାବାଳିକାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ପୀଡିତା ବେହୋସ୍ ହୋଇଯିବା ପରେ ଦୁହେଁ ତାଙ୍କୁ ଛାଡି ଫେରାର୍ ହୋଇଯାଇଥିଲେ । ଏବେ ନାବାଳିକା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking