32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଟିଭି ସୋମନାଥନ୍‌ଙ୍କୁ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି

ଟିଭି ସୋମନାଥନ୍‌ଙ୍କୁ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି

ନୂଆଦିଲ୍ଲୀ: ୧୯୮୭ ଆଇଏଏସ୍ ବ୍ୟାଚ୍ ତାମିଲନାଡୁ କ୍ୟାଡର ତଥା ବରିଷ୍ଠ ଆଇଏଏସ୍ ଅଧିକାରୀ ଟିଭି ସୋମନାଥଙ୍କୁ କେନ୍ଦ୍ର ସରକାର ଦେଶର ନୂଆ କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ ସେ ଅର୍ଥ ସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ନୂଆ ଦାୟିତ୍ୱରେ ଅବସ୍ଥାପିତ କରାଯାଇଛି। ତେବେ ଟିଭି ସୋମନାଥନ ବର୍ତ୍ତମାନ କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ କରୁଥିବା ରାଜୀବ ଗୌବାଙ୍କ ସ୍ଥାନ ନେବେ।

ଟିଭି ସୋମାନାଥନ କାର୍ଯ୍ୟକାଳ ଅଗଷ୍ଟ ୩୦ରୁ ଆରମ୍ଭ ହେବ। ସେ ଏହି ପଦରେ ସେ ୨ବର୍ଷ ପାଇଁ କାର୍ଯ୍ୟ କରିବେ। ପ୍ରକାଶ, ଟିଭି ସୋମନାଥନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ଭାବେ କାମ କରିଛନ୍ତି। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭାବେ ମଧ୍ୟ ସେ କାର୍ଯ୍ୟ କରି ସାରିଛନ୍ତି। ଏକଦା ସେ ବିଶ୍ୱ ବ୍ୟାଙ୍କର ନିର୍ଦ୍ଦେଶକ ରହିଥିଲେ। ସେ ଅର୍ଥନୀତିରେ ପିଏଚ୍‌ଡି ଓ ଏମ୍‌ଏ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking