24.1 C
Bhubaneswar
Wednesday, January 15, 2025
Homeଓଡିଶାହୀରାକୁଦ ଜଳସ୍ତର ୬୧୬.୭୯ ଫୁଟ୍

ହୀରାକୁଦ ଜଳସ୍ତର ୬୧୬.୭୯ ଫୁଟ୍

ହୀରାକୁଦ : ଫୁଲୁଛି ମହାନଦୀ। ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲିବା ପରେ ମହାନଦୀରେ ଜଳସ୍ତର ବଢୁଛି। ହୀରାକୁଦର ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷା ଜଳ। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୭୯ ଫୁଟ୍ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୬ ହଜାର ୫୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୪୬ ହଜାର ୬୯୮ କ୍ୟୁସେକ ଜଳ। ପଥରଳା ଓ ଖଇରମାଳରେ ମହାନଦୀ ଜଳସ୍ତର ବଢିବାରେ ଲାଗିଛି। ଖଇରମାଳରେ ଏବେ ୫ ଲକ୍ଷ ୨ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସେହିପରି ପଥରଳାରେ ୧ ଲକ୍ଷ ୩ ହଜାର ୫୨୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ବରମୂଳ ଓ ମୁଣ୍ଡଳିରେ ଜଳସ୍ତର ସ୍ଥର ରହିଛି। ଆସନ୍ତାକାଲି ଦିନ ୧୧ଟାରେ ମୁଣ୍ଡଳିରେ ପହଞ୍ଚିବ ପ୍ରଥମ ବନ୍ୟାଜଳ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking