17.1 C
Bhubaneswar
Sunday, December 21, 2025
Homeଓଡିଶାନିଯୁକ୍ତିଦାତା-ଶ୍ରମିକସଂଘ ଆଲୋଚନା ବିଫଳ, ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବ ଶ୍ରମିକସଂଘ

ନିଯୁକ୍ତିଦାତା-ଶ୍ରମିକସଂଘ ଆଲୋଚନା ବିଫଳ, ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବ ଶ୍ରମିକସଂଘ

ଯାଜପୁର : ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା ବ୍ଲକ ର ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଖଣି ଖନନ ଓ ଖଣିଜ ଉତ୍ତୋଳନ କାମ ପାଇଁ ୨ ଖଣି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିରେ ନିୟୋଜିତ ଧନସାର ଇଞ୍ଜିନିୟରିଂ କମ୍ପାନି(ଡେକୋ) ଓ ସୁକ୍ରଙ୍ଗି କ୍ରୋମାଇଟ୍‌ ଖଣିରେ ନିୟୋଜିତ କଳିଙ୍ଗ କମର୍ସିଆଲ୍‌ କମ୍ପାନି(କେସିସି)ରେ କାର୍ଯ୍ୟରତ ଠିକା ଖଣି କର୍ମଚାରୀ ଓ ଶ୍ରମିକଙ୍କ ପକ୍ଷରୁ ନ୍ୟାଯ୍ୟ ଦାବିରେ ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଖଣି ଆଗରେ ଗଣଧାରଣା ଦିଆଯିବ ବୋଲି ପ୍ରସ୍ତୁତି ହୋଇଛି। ୨ ଖଣି ପାଇଁ ଶ୍ରମିକଙ୍କ ପକ୍ଷରୁ ଆଗତ ଯଥାକ୍ରମେ ୧୮ ଦଫା ଓ ୧୪ ଦଫା ଦାବିକୁ ନେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସୁକିନ୍ଦା ରିଜିଅନ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ଏବଂ ୨ ନିଯୁକ୍ତିଦାତା ଡେକୋ ଓ କେସିସି ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ବିଫଳ ହୋଇଥିଲା। ସେହିପରି ଗତକାଲି ପ୍ରଶାସନ ପକ୍ଷରୁ ଆନ୍ଦୋଳନ ଟାଳିବାକୁ ଓଏମ୍‌ସି ଅତିଥିଶାଳାରେ ଏକ ତ୍ରିପାକ୍ଷିକ ସମାଧାନ ବୈଠକ ଜରିଆରେ ଉଦ୍ୟମ ହୋଇଥିଲେ ହେଁ କୌଣସି ନିଷ୍କର୍ସ ବାହାରିନଥିଲା।
ଶ୍ରମିକସଂଘ ପକ୍ଷରୁ ଆଗତ ସମସ୍ତ ଖଣି ଶ୍ରମିକଙ୍କୁ ଏ ରେଜିଷ୍ଟରରେ ପଞ୍ଜିକୃତ, ଡ୍ରାଇଭର ଓ ଅପରେଟରଙ୍କୁ ଉଚ୍ଚ କୁଶଳୀ ପାହ୍ୟା, ଅଣ କୁଶଳୀଙ୍କୁ ଅର୍ଦ୍ଧକୁଶଳୀ ମାନ୍ୟତା, ଧୂଳି ଭତ୍ତା, ଉତ୍ପାଦନ ପ୍ରୋତ୍ସାହନ ରାଶି, ଯାତାୟତ ଭତ୍ତ‌ା, ଘରଭଡ଼ା, କ୍ୟାଣ୍ଟିନ ବ୍ୟବସ୍ଥା କିମ୍ବା ଜଳଖିଆ ପ୍ରାପ୍ୟ ରାଶି ବୃଦ୍ଧି, ବ‌ାର୍ଷିକ ୪୨ ଦିନ ଛୁଟି, ୨୦୧୯ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଓଏସ୍‌ଏଲ୍‌ କମ୍ପାନିରେ କାର୍ଯ୍ୟରତ ବେଳେ ୪୨ ଦିନର ଛୁଟି ପ୍ରାପ୍ୟ, ପ୍ରତିବର୍ଷ ବେତନ ବୃଦ୍ଧି, ସ୍ବାସ୍ଥ୍ୟ ସୁବିଧା, ସ୍ବାସ୍ଥ୍ୟ ସହାୟତା କାର୍ଡ, ଆମ୍ବୁଲାନ୍ସ, ଇଏସ୍‌ଆଇ ସହାୟତା, ୨୦ ପ୍ରତିଶତ ହାରରେ ବୋନସ, ଭଲ ବର୍ଷାତି, ପିପିଇ କିଟ୍‌ ଓ ଶୀତଦିନିଆ ଜ୍ୟାକେଟ୍‌, ବର୍ଷକୁ ୨ ହଳ ୟୁନିଫର୍ମ, ବିଶ୍ରାମାଗାର, ସେଫ୍‌ଟି ହେଲମେଟ୍‌, ଜୋତା, ମାସିକ ବେତନରେ ୨ ହଜାର ଟଙ୍କା ବୃଦ୍ଧି, ସ୍ପଟର ଓ ହେଲପରଙ୍କୁ ସୁପରଭାଇଜର ମାନ୍ୟତା ଦାବି କରାଯାଇଛି। ଦାବି ପୂରଣ ପାଇଁ ଧାର୍ଯ୍ୟ ସମୟ ସୁଦ୍ଧା ନିଯୁକ୍ତିଦାତା ପକ୍ଷରୁ ସବୁଜ ସଂକେତ ନମିଳିବା ପରିପ୍ରେକ୍ଷୀରେ ଶ୍ରମିକସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିଲା।
ଏ ସଂକ୍ରାନ୍ତରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ବର ଅମାତଙ୍କ ନିର୍ଦ୍ଦେଶରେ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁ ଓ କାଳିଆପାଣି ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରିପାକ୍ଷିକ ସମାଧାନ ବୈଠକରେ ଶ୍ରମିକସଂଘ ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ଉପସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, ଭଗବତୀ ମହାନ୍ତ ଓ ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ଓଏମ୍‌ସି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିର ବରିଷ୍ଠ ପ୍ରବନ୍ଧକ ଇଂ ଗଣେଶ୍ବର ଭୂୟାଁ ଓ ସୁକ୍ରଙ୍ଗି କ୍ରୋମାଇଟ୍‌ ଖଣିର ବରିଷ୍ଠ ପ୍ରବନ୍ଧକ ଇଂ ନିଗମାନନ୍ଦ ସେଠୀ, ଡେକୋ ସହକାରୀ ମହାପ୍ରବନ୍ଧକ ମନୋରଞ୍ଜନ ନାଥ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ବୈଠକରେ ସମାଧାନର ସୂତ୍ର ବାହାରିନଥିଲା।
ପ୍ରସଙ୍ଗକୁ ନେଇ ଶ୍ରମିକସଂଘ ସଭାପତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଆଜି କାଳିଆପାଣି ଶ୍ରମିକସଂଘର ମୁଖ୍ୟାଳୟରେ ପହଞ୍ଚି ପ୍ରସ୍ତାବିତ ଆନ୍ଦୋଳନକୁ ନେଇ ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ଆସନ୍ତାକାଲି ଠାରୁ ଖଣିର ଡେକୋ ଓ କେସିସି କମ୍ପାନି ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ସର୍ବସମ୍ମତ ନିଷ୍ପତ୍ତି ହୋଇଥିବା ନେଇ ସାଧାରଣ ସମ୍ପାଦକ ଶ୍ରୀ ମହାନ୍ତ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking