25.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଆଜି ଅନ୍ତର୍ଜାତୀୟ ଚେସ୍ ଦିବସ

ଆଜି ଅନ୍ତର୍ଜାତୀୟ ଚେସ୍ ଦିବସ

ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ଚେସ୍ ଦିବସ । ପିଲା ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧବନିତା ସମସ୍ତଙ୍କୁ ପ୍ରାୟ ଚେସ୍ ଖେଳିବା ପସନ୍ଦ। ତେବେ ଚତୁର୍ଥରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ଭାରତରେ ଏହି ଖେଳ ସୃଷ୍ଟି ହୋଇଥିଲା। ପାର୍ସି ଓ ଦକ୍ଷିଣ ୟୁରୋପକୁ ବ୍ୟାପିବା ପରେ ସମଗ୍ର ୟୁରୋପରେ ଏହି ଖେଳର ଆଧୁନିକ ରୂପ ବିକଶିତ ହୋଇଥିଲା। ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ରେ ୧୯୨୪ ମସିହାରେ ଅନୁଷ୍ଠିତ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ସମୟରେ ଜୁଲାଇ ୨୦ ତାରିଖରେ ଚେସ୍‌ର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଫିଡେ ସ୍ଥାପିତ ହୋଇଥିଲା। ଏହି ଦିବସକୁ ୧୯୬୬ ମସିହାରୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଚେସ୍‌ ଦିବସ ଭାବେ ପାଳନ କରାଯାଇଥାଏ। ୨୦୧୯ ମସିହା ଡିସେମ୍ବର ୧୨ ତାରିଖରେ ଜାତିସଂଘ ମହାସଭା ଦ୍ବାରା ଏହି ଦିବସକୁ ସ୍ବୀକୃତି ମିଳିଛି। ବିଶ୍ବର ପ୍ରାୟ ୧୮୮ ଦେଶରେ ପ୍ରାୟ ସାଢ଼େ ୬ କୋଟି ସ୍ବୀକୃତିପ୍ରାପ୍ତ ଚେସ୍‌ ଖେଳାଳି ଅଛନ୍ତି। ଚଳିତ ବର୍ଷର ବିଶ୍ବ ଚେସ୍‌ ଦିବସର ମୋଟୋ ରହିଛି ‘ପ୍ରତ୍ୟେକଙ୍କୁ ଚେସ୍‌ ଶିଖାଇବା’। ଚେସ୍ ଖେଳ ଅନ୍ୟ ଖେଳଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ତାଳି ନଥାଏ କି ଜୟ ପରାଜୟରେ କୌଣସି ଶବ୍ଦ ବା ଚିତ୍କାର ବି ନଥାଏ। ଫଳରେ ବ୍ୟକ୍ତିର ଆଦ୍ୟ ଜୀବନକୁ ଶୃଙ୍ଖଳିତ କରିବା ସହ ଶୃଙ୍ଖଳିତ ଚରିତ୍ରର ଅବଧାରଣ କରିଥାଏ। ମାନସିକ ଓ ବୌଦ୍ଧିକ ବିକାଶର ଏହା ଅନ୍ୟତମ ଉପଯୁକ୍ତ ମାଧ୍ୟମ ଥିବାରୁ ଚେସ୍‌ ଖେଳାଳି ଓ ଖେଳ ପ୍ରତି ସମାଜରେ ସମ୍ମାନ ବଢ଼ିଥାଏ। ଏଥି ସହିତ ଚେସ୍‌ ଅନେକ ମାନବୀୟ ଗୁଣ ସବୁକୁ ଶିକ୍ଷା ଦେଇଥାଏ। ସ୍ମରଣଶକ୍ତି, ମାନସିକ ଦକ୍ଷତା, ଗଣନା କ୍ଷମତା, ଭାବନା ଶକ୍ତି, ସୃଜନଶୀଳତା, ଏକାଗ୍ରତା ବୃଦ୍ଧିର ଏହା ମଧ୍ୟ ଅନ୍ୟତମ ଉପଯୁକ୍ତ ମାଧ୍ୟମ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking