32.1 C
Bhubaneswar
Friday, October 18, 2024
Homeଓଡିଶାଆଜିଠୁ ମିଳିବ ନୀଳାଚଳ ଅବଢା

ଆଜିଠୁ ମିଳିବ ନୀଳାଚଳ ଅବଢା

ପୁରୀ : ନୀଳକନ୍ଦରକୁ ବିଜେ କରିଛନ୍ତି ନୀଳାଦ୍ରୀପତି । ବଡ ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ସରିଲା ମହାପ୍ରଭୁଙ୍କ ନବଦିନାତ୍ମକ ଲୀଳାଖେଳା । ବଡଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାବାହୁଙ୍କୁ ରଥବେଦୀରୁ ରତ୍ନବେଦୀକୁ ବାହୁଡି ଯିବାର ଦୃଶ୍ୟ ଦେଖି ଭାବବିହ୍ବଳ ହୋଇଥିଲେ । ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ବେଳେ ଜଗତର ନାଥଙ୍କୁ ଅଟକାଇଥିଲେ ଅଭିମାନିନୀ ମହାଲକ୍ଷ୍ମୀ ସେଥିପାଇଁ ପ୍ରଭୁ ସାଙ୍ଗରେ ନେଇ ଆସିଥିବା ସ୍ଵାଦିଷ୍ଟ ରସଗୋଲା ଦେଇ ମା’ ଙ୍କର ମାନଭଞ୍ଜନ କରି ଶ୍ରୀମନ୍ଦିରକୁ ବିଜେ କରିଥିଲେ । ସେହିପରି ଆଜିଠାରୁ ଶ୍ରୀମନ୍ଦିରରେ ପ୍ରଭୁଙ୍କୁ ମହାପ୍ରସାଦ ଅର୍ପଣ କରାଯିବ। ଆଜି ଅପରାହ୍ନରେ ବାହାରିବ ନୀଳାଚଳ ଅବଢା । ଭକ୍ତମାନେ ୧୩ଦିନ ପରେ ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦ ବା ନୀଳାଚଳ ଅବଢ଼ାସେବନ କରିବାର ସୁଯୋଗ । ନୀଳାଦ୍ରି ବିଜେ ପରେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଥିବା ଅନ୍ନବ୍ୟଞ୍ଜନ ନୀଳାଚଳ ଅବଢ଼ା ଭାବେ ପରିଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking