ୱାଶିଂଟନ୍ : ପେନସିଲଭାନିଆରେ ଏକ ରାଲିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ସମଗ୍ର ବିଶ୍ୱକୁ ଚକିତ କରିଛି । ଯଦିଓ ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ, କିନ୍ତୁ ଟ୍ରମ୍ପଙ୍କ ଉପରେ ଆକ୍ରମଣ ପରେ ବର୍ତ୍ତମାନ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ପୁଣି ଚର୍ଚ୍ଚାକୁ ଆସିଛି । ଯେଉଁଥିରେ ସେ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ କହି ସାରିଛନ୍ତି । ଟ୍ରମ୍ପଙ୍କ ଉପରେ ଆକ୍ରମଣ ହେବା ନେଇ ପୂର୍ବାନୁମାନ କରିଥିଲେ ବାବା ଭେଙ୍ଗା ।
ବର୍ତ୍ତମାନ ଶତପ୍ରତିଶତ ସତ ହୋଇଛି । ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣର ପୂର୍ବାନୁମାନ କରି ବାବା ଭେଙ୍ଗା ପୁଣି ଥରେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀରେ କହିଥିଲେ, ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବିପଦରେ ପଡ଼ିବ । ବୁଲଗେରିଆର ଜଣେ ଅନ୍ଧ ବ୍ୟକ୍ତି ବାବା ଭେଙ୍ଗା ଅନେକ ପ୍ରସଙ୍ଗକୁ ନେଇ ଭବିଷ୍ୟବାଣୀ କରିଛନ୍ତି, ଯାହା ଅନେକ ସମୟରେ ସତ ହୋଇଛି । ପେନସିଲଭାନିଆରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ଡୋନାଲ୍ଡ ଟ୍ରମ୍ପ ଜଣେ ୨୦ ବର୍ଷ ବୟସ୍କ ଯୁବକଙ୍କ ଦ୍ୱାରା ଗୁଳି ଚଳାଇଥିଲେ । ତେବେ ଟ୍ରମ୍ପ ଏହି ଆକ୍ରମଣରୁ ରକ୍ଷା ପାଇଥିଲେ ।










