30.1 C
Bhubaneswar
Saturday, February 14, 2026
Homeଓଡିଶାଟ୍ରେନରୁ ଖସି ପଡିଲେ ଯୁବକ ; ଚାଲିଗଲା ଜୀବନ

ଟ୍ରେନରୁ ଖସି ପଡିଲେ ଯୁବକ ; ଚାଲିଗଲା ଜୀବନ

ଗଞ୍ଜାମ : ଟ୍ରେନରୁ ଖସି ପଡିଲେ ଯୁବକ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଟ୍ରେନରେ ନିଜ ଗାଁରୁ ଚେନ୍ନାଇ ଯାଉଥିବା ସମୟରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସୁନାରିପଲ୍ଲୀ ଗାଁର ଜଣେ ଯୁବକ ଚେନ୍ନାଇ ଯାଉଥିବା ସମୟରେ ଅଜାଣତରେ ବିଜୟୱାଡ଼ା ନିକଟରେ ସେ ଟ୍ରେନରୁ ଖସିପଡିଥିଲେ । ଫଳରେ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିଲା ।ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking