21.1 C
Bhubaneswar
Saturday, December 20, 2025
Homeଓଡିଶାବାରିପଦା : ସଂଧ୍ୟା ୭ଟାରୁ ବସ୍ ଚାଲିବ

ବାରିପଦା : ସଂଧ୍ୟା ୭ଟାରୁ ବସ୍ ଚାଲିବ

ବାରିପଦା : ସଂଧ୍ୟା ୭ଟାରୁ ସ୍ୱାଭାବିକ ହେବ ବସ୍ ଚଳାଚଳ । ବାରିପଦା ବସ ମାଲିକ ସଂଘର ନିଷ୍ପତ୍ତି । ଜିଲ୍ଲା ପ୍ରଶାସନ ଓ ଏସପିଙ୍କ ସହ ଆଲୋଚନା ପରେ ନିଆଯାଇଛି ନିଷ୍ପତ୍ତି । ସୂଚନା ଯୋଗ୍ୟ ଯେ, ବାରିପଦା ବସ୍‌ଷ୍ଟାଣ୍ଡରେ ଦୁଇ ଗୋଷ୍ଠୀ ମାରପିଟ ହୋଇଥିଲେ ଯାହାଫଳରେ ବସ୍ ଚଳାଚଳ ବନ୍ଦ ହୋଇଥିଲା । ମାରପିଟ ଘଟଣାରେ ୧୦ ଜଣଙ୍କୁ ଅଟକ ରଖାଯାଇଥିଲା । ଏକ ଗୋଷ୍ଠୀ ପକ୍ଷରୁ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ଅନ୍ୟ ଏକ ଗୋଷ୍ଠୀକୁ ଆକ୍ରମଣରେ ୬ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ୨ଜଣଙ୍କ ଅବସ୍ଥାରେ ସଙ୍କଟାପନ୍ନ ରହିଥିଲା । ସୂଚନା ଅନୁଯାୟୀ, ରାଇରଙ୍ଗପୁରରୁ ବ୍ରହ୍ମପୁର ଯାଉଥିବା ମା’ ଦୁର୍ଗା ନାମକ ଘରୋଇ ବସ ଚଳାଚଳ ସମୟକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଉକ୍ତ ବସ୍ ଟି ରାଇରଙ୍ଗପୁରରୁ ଆସୁଥିବା ବେଳେ ସଠିକ ସମୟ ଅନୁସାରେ ବାରିପଦା ବସଷ୍ଟାଣ୍ଡରୁ ଚଳାଚଳ କରୁନଥିଲା। ଯାହାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବସଟି ଆସି ବାରିପଦା ଘରୋଇ ବସଷ୍ଟାଣ୍ଡରେ ପହଁଚିବା ପରେ ବସ ମାଲିକ ସଂଘ ଓ ବସ ମାଲିକଙ୍କ ଚଳାଚଳ ସମୟକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯାହାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking